Movie prime

ଜା-ପାନ କୁ ଘାରୁଛି ସୁନାମି ଭୟ ଦେଖନ୍ତୁ ବର୍ତ୍ତମାନ ଚିନ୍ତାରେ କାହିଁକି ଜାପାନ ବାସୀ...

 
Special Report
ନମସ୍କାର ପାଠକ ବନ୍ଧୁଗଣ। ବନ୍ଧୁଗଣ ଜାପାନ କୁ ଡବଲ ବିପଦ ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ରୁ ବନ୍ୟା ଭୁଷ୍ପଳନ ଆଶଙ୍କା ଜାପାନ କୁ ଏ ବିପଦ ବେଳ ରେ ଆଉ ଏକ ପ୍ରାକୃତିକ ବିପଦ । ତାଇବନ୍ ରେ ଭୂକମ୍ପ ଯୋଗୁଁ ଜାପାନ ରେ ସୃଷ୍ଟି ହେଇଛି ସୁନାମି ଆଲର୍ଟ। ଜାପାନ ର କ୍ୟୁସୁକ୍ କୁ ହିଟ କରିଛି ନାନମାଡୋଲ 
ଦ୍ଵୀପ ର କାଗୋସି ରେ ସ୍ତଳଭାଗ ଛୁଇଁ ଆଗକୁ ବଢୁଛି। ଝଡ଼ ଯୋଗୁଁ କ୍ୟୁସୁ ଦକ୍ଷିଣ ରେ ଥିବା ମିଆଜାକି ରେ ଦେଖିବାକୁ ମିଳିଛି ବଡ଼ ବଡ଼ ଜୁଆର
କାଗୋଷିଆମିଆଜାକି ରେ ହଜାର ହଜାର ଘର ଏବେ ଅନ୍ଧାର ଭିତରେ ରହିଛନ୍ତି । ଟ୍ରେନ ଓ ବିମାନ ସେବା ଏବେ ଠପ୍ ହୋଇଯାଇଛି ତାଇଫୁନ ରୁ ପ୍ରାୟ ତିରିଶି ଲକ୍ଷ ଲୋକ ମାନଙ୍କୁ ସ୍ଥାନାନ୍ତର କରଯାଇଛି।
ଚଳିତ ବର୍ଷ ଜାପାନ ରେ ନାନମାଡୋଲ ହେଉଛି ଚଉଦ ତମ ଟାଇଫୁନ କ୍ୟୁଶୁ ର ଦକ୍ଷିଣ ଅଞ୍ଚଳ ରେ ଚାରିଶହ ମିଲି ମିଟର ବର୍ଷା ରେକର୍ଡ କରାଯାଇଛି 
ପବନ ର ବେଗ ୨୩୫ କିଲୋ ମିଟର ପ୍ରତି ଘଣ୍ଟା ରେ ଥିବା ର ଜଣା ପଡିଛି। ଏହି ଟାଇଫୁନ ଉତ୍ତର ପୂର୍ବ ଦିଗ କୁ ବଢ଼ି ହୋନସୁ ଆଡେ ମୁହଁଇଚି । ଆସନ୍ତା କାଲି ଜାପାନ ର ହୋନସୁ ରେ ହିଟ କରିପାରେ ବୋଲି ଅନୁମାନ କରାଯାଉଛି।
ଏହି ଝଡ଼ ଯୋଗୁଁ ଟୋକିଓ ରେ ମଧ୍ୟ ପ୍ରବଳ ବର୍ଷା ହେଉଛି। ସୋମବାର ଓ ମଙ୍ଗଳବାର ରେ ତାଣ୍ଡବ ରଚିବ ନାନମାଡୋଲ ତାଇବାନ ର ଦକ୍ଷିଣ ପୂର୍ବ ଉପକୂଳ ରେ ଭୂକମ୍ପ ଏହାକୁ ନେଇ ଜାପାନ ରେ ଏବେ ସୁନାମି ଆଲର୍ଟ । ଏବେ ଜାପାନ କୁ ଡବଲ ବିପଦ ସଙ୍କେତ ସୃଷ୍ଟି କରିଛି ବାତ୍ୟା ସାଙ୍ଗକୁ ସୁନାମି ର ମଧ୍ୟ ଭୟ।