Movie prime

ତୁଟୁନି ବିବାଦ ପୁଣି ହୋଇପାରେ ଭୟଙ୍କର ଯୁଦ୍ଧ Russia Ukraine

 
Special Report
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଆହୁରି ତୀବ୍ର ରୂପ ନେବ ରୁଷ ୟୁକ୍ରେନ ଯୁଦ୍ଧ। ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ରୁଷ। ରୁଷ ଉପରେ ପ୍ରଥମ ହାମଲା ପାଇଁ କହିଛନ୍ତି ଜେଲେନସ୍କି। ଅଷ୍ଟ୍ରେଲିଆର ଏକ ସଂସ୍ଥା ସହିତ ସାକ୍ଷାତକାରକ ରେ କହିଛନ୍ତି ନାଟୋ, ଦେଶରେ ରୁଷର ହାମଲା ପାଇଁ ଅପେକ୍ଷା ନକରୁ।ଆଉ ରୁଷ ଆକ୍ରମଣ ପୂର୍ବରୁ ନାଟୋ ରୁଷ ଉପରେ ଆକ୍ରମଣ କରୁ ବୋଲି କହିଛନ୍ତି ଜେଲେନସ୍କି। 
ଏହାପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ମୋସ୍କ। ୟୁକ୍ରେନ ପ୍ରଥମେ ବିଶ୍ଵଯୁଦ୍ଧ ଆରମ୍ଭ କରିବାକୁ ଚାହୁଁଛି ବୋଲି ରୁଷ ଅଭିଯୋଗ କରିଛି। ରୁଷ ଉପରେ ଆକ୍ରମଣ କଲେ ପରିଣାମ ଭାୟାଭୟ ହେବ ବୋଲି ମୋସ୍କ ପକ୍ଷରୁ କୁହାଯାଇଛି। ଙ୍କ ମନ୍ତବ୍ୟ ନେଇ ତାଙ୍କ ମୁଖପାତ୍ରର ସଫେଇ ଦେଇଛନ୍ତି। ଜେଲେନସ୍କିଙ୍କ ପ୍ରଥମେ ପରମାଣୁ ଆକ୍ରମଣ ପାଇଁ କହିନଥିଲେ ବୋଲି କହିଛନ୍ତି। ଏପଟେ ଜେଲେନସ୍କି ପ୍ରଥମେ ପ୍ରତିବନ୍ଦକ ପାଇଁ ଆହ୍ବାନ ଦେଇଥିଲେ। ଜେଲେନସ୍କି ବିଶ୍ଵଯୁଦ୍ଧ ଆରମ୍ଭ ପାଇଁ କହିଥିଲେ ବୋଲି କ୍ରେମଲିନ ମୁଖପାତ୍ର କହିଛନ୍ତି।
 ଏଥି ମଧ୍ୟରେ ଆଇଏଇଏ ମୁଖ୍ୟ ରାସଲଗ୍ରେସି ଜେଲେନସ୍କିଙ୍କୁ ଭେଟିଛନ୍ତି ପରେ ସେ କିପ୍ ଯିବେ ବୋଲି କହିଛନ୍ତି। ପ୍ରଫେସର କମଳକାନ୍ତ ଦାଶ ଆଲୋଚନାରେ କହିଛନ୍ତି, ରାଷ୍ଟ୍ରପତିଙ୍କ ପାଖରେ ବହୁତ କମ ସୁଯୋଗ ଅଛି ରୁଷିଆକୁ ପୂର୍ଣ୍ଣ ରୂପରେ ଆକ୍ରମଣ କରି ଯୁଦ୍ଧରେ ହରାଇବା ପାଇଁ। ୟୁକ୍ରେନ ସରକାରଙ୍କ ତରଫରୁ ବିଗତ ସାତ ମାସ ମଧ୍ୟରେ ଯେଉଁ ଯେଉଁ ପରିଶ୍ରମ କରାଯାଇଛି ଏବଂ ଯେଉଁ ପଶ୍ଚିମ ରାଷ୍ଟ୍ର ମାନେ ଅସ୍ତ୍ରଶସ୍ତ୍ର ଆର୍ଥିକ ସହାୟତା ଯୋଗାଇଛନ୍ତି ତାହା ଯୋଗୁଁ ଏବେ ରୁଷିଆ ଆଂଶିକ ଯୁଦ୍ଧରେ ହାରିଛି। 
କାରଣ ରୁଷିଆ ଭଳି ମହାଶକ୍ତିଶାଳୀ ୟୁକ୍ରେନ ସହିତ ସାତମାସ ଧରି ଆଂଶିକ ଯୁଦ୍ଧ କରୁଛି। ତେଣୁ ୟୁକ୍ରେନର ରାଷ୍ଟ୍ରପତି ବର୍ତ୍ତମାନ ରଗିବା, ଦୁଃଖୀ ହେବା ମଧ୍ୟ ତାଙ୍କ ପାଇଁ ଭୁଲ୍ ନୁହେଁ। ଏବଂ ସବୁ ସହାୟତା ମାଗିବା ଆଉ ରୁଷିଆ ସହିତ ଯୁଦ୍ଧ ପାଇଁ ବିଶ୍ୱକୁ ମଧ୍ୟ ପ୍ରସ୍ତୁତ କରିବାରେ ତାଙ୍କର ଡାକରା ଭୁଲ୍ ଡାକରା ନୁହେଁ। ପୁଟିନ ଯାହା କହିଛନ୍ତି ତାହା ସଂପୂର୍ଣ୍ଣ ଭାବେ ଅନୈତିକ ବିଶ୍ଵସ୍ତର ହେଲେ ମଧ୍ୟ ତାହା ପୁଟିନଙ୍କୁ କୌଣସି ରାଷ୍ଟ୍ର ଏ ପଯ୍ୟନ୍ତ ଅଟକେଇ ପାରିନାହାଁନ୍ତି। ଏହିସବୁ ମତ ଦେଇଛନ୍ତି ବିଶ୍ବଯୁଦ୍ଧ ବିଷୟରେ କମଳକାନ୍ତ ଦାଶ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.