Movie prime

ଆଉ ନାହିଁ ସେଭଳି ପରିସ୍ଥିତି ବର୍ତ୍ତମାନ ସମ୍ପୂର୍ଣ ଛାରଖାର ହେଲାଣି ....

 
Special Report
ସାମରିକ ସ୍ତରରେ ଋଷ ଯେତେ ବି ଶକ୍ତିଶାଳୀ ହୋଇଥାଉ ୟୁକ୍ରେନ ଆଗରେ ପୁଟିନ ସେନା ବର୍ତ୍ତମାନ ଅଣ୍ଠେଇବା ଅବସ୍ଥାରେ ରହିଛି।ଋଷ ମିଲିଟାରୀ ବେଶ୍ ଛାରଖାର।ପ୍ରାୟ ସାତ ମାସ ଧରି ଋଷ ଯେଉଁ ପରିଶ୍ରମ କରିଥିଲା ତାହା ଦିନକୁ ଦିନ ଦୁର୍ବଳ ହେବାକୁ ବସିଛି। କବଜା କରିଥିବା ଗୋଟିଏ ପରେ ଗୋଟିଏ ଅଞ୍ଚଳ ହାତରୁ ଖସି ଯାଉଛି।ୟୁକ୍ରେନ ସେନାର ପ୍ରତି ଆକ୍ରମଣ ଋଷ ଉପରେ ଭାରି ପଡ଼ୁଛି।
ସେଭତୋର ସହରରେ ଋଷର୍ ମିଲିଟାରୀ ବେଶରେ ବିସ୍ପୋରଣ।ଏହାଶୁଣି ଆପଣମାନେ ଆଶ୍ଚର୍ଯ୍ୟ ହେବେ ଏଥିରେ ଦୁଇ ଶହ ପୁଟିନ ସେନା ପ୍ରାଣ ହରାଇଛନ୍ତି।ବର୍ତ୍ତମାନ ଜାପୋରି ଝିଆ ନିୟୁକ୍ଳିୟର ପ୍ଲାଣ୍ଟ କୁ ଋଷ ଟାର୍ଗେଟ କରିଛି।ଧୂଳିସାତ ହୋଇଛି ମିଲିଟାରୀ ବେଶ୍।ପାୱାର ପ୍ଲାଣ୍ଟ ରିଆକ୍ଟର ଠାରୁ ମାତ୍ର ୩ ସହ ମିଟର ଦୂରରେ ମିଶାଇଲ ପଡିଥିଲା।ଦକ୍ଷିଣ ୟୁକ୍ରେନ ରେ ରୁଷର ଦୁଇଟି ଅସ୍ତ୍ରାଗାର ଧ୍ଵଂସ।ଯୁଦ୍ଧ କ୍ଷେତ୍ରର ଧରାଶାୟୀ ଋଷ।
ଗତ ୧୦ ଦିନରେ ଋଷ ର ଚାରୋଟି ଲଢ଼ୁଆ ଯୁଧାବିମାନ ଧ୍ଵଂସ ହୋଇଥିବା ବ୍ରିଟେନ ସଂସ୍ଥା କହିଛନ୍ତି।ବର୍ତ୍ତମାନ ଏହି ଘଟଣା ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲିବାରେ ଲାଗିଛି।ଫେବୃଆରୀ ୨୪ ତାରିଖ ରୁ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଋଷ ନିଜର ୫୫ ଲଢ଼ୁଆ ଯୁଧାବିମାନ ଧ୍ଵଂସ କରିଥିବା ସୂଚନା ଦିଆଯାଇଛି।
ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି ଯେ ଋଷ ର ଏଭଳି ସ୍ଥିତି କଣ ଜାରି ରହିବ ଏବଂ ଏଭଳି ସ୍ଥିତି ରୁ ତାଙ୍କୁ ବାଧ୍ୟ କରିବ କିଏ?ଋଷ ଓ ୟୁକ୍ରେନ ଯୁଦ୍ଧ ଏଯାଏଁ ଥମିବାର ନାମ ନେଉ ନାହିଁ।ଅନେକ ଲୋକ ମୃତ୍ୟୁବରଣ କରି ସାରିଲେଣି।ତଥାପି ଋଷ ଓ ୟୁକ୍ରେନ ଜିଦ୍ ରେ ଯୁଦ୍ଧ କରିବାରେ ଲାଗିଛନ୍ତି।ବର୍ତ୍ତମାନ ଏହା ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।