Movie prime

ଫସି ରହିଛନ୍ତି ୧୦୦ ରୁ ଅଧିକ ଯାତ୍ରୀ ଚିଲିକା ଭିତରେ ଫସିଗଲା ଭସା ପୋଲ ଦେଖନ୍ତୁ ଏହି ଭିଡିଓ

 
gxzfgsd

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ଆମ ଓଡ଼ିଶାର ବିଭିନ୍ନ ଦର୍ଶନୀୟ ସ୍ଥାନ ବିଷୟରେ ଜାଣିଥିବେ।  ଆଉ ବୁଲିଥିବେ ମଧ୍ୟ । ଆମ ଓଡ଼ିଶାରେ ଅନେକ ଦର୍ଶନୀୟ ସ୍ଥାନ ଅଛି । ସେଥିମଧ୍ୟରୁ ଚିଲିକା ବା ମା କାଳିଜାଇଙ୍କ ପୀଠ ଅନ୍ୟତମ ଅଟେ । ଏହା ବହୁତ ସୁନ୍ଦର ସ୍ଥାନ ଅଟେ । ଏହି ସ୍ଥାନକୁ ଗଲେ ଆପଣଙ୍କ ମନରେ ଏକ ପବିତ୍ର ଭାବନା ଆସିଥାଏ । 


ସମସ୍ତେ ଏହି ସ୍ଥାନକୁ ଯାଇ ବହୁତ ଖୁସି ହୋଇଥାନ୍ତି । ଆଉ ଏହି ଚିଲିକା ହ୍ରଦର ପାଣି ବହୁତ ଗଭୀର ଆଉ ସୁନ୍ଦର ଅଟେ । ଏହି ଚିଲିକା ହ୍ରଦକୁ ନେଇ ଏବେ ଏକ ଖବର ଆସିଛି । ଚିଲିକା ହ୍ରଦ ମଝିରେ ଭସା ପୋଲ ଫସିଯାଇଛି । ଆଉ ଭସା ପୋଲ ଲୋକମାନଙ୍କୁ ନେବା ଆଣିବାରେ ସହ ଗାଡ଼ି ଯଥା କାର, ମାର୍ଶଲ ଆଦିକୁ ନେଇଥାଏ । 


ଏବେ ଏହି ଭସା ପୋଲର କୌଣସି ତ୍ରୁଟି ଯୋଗୁଁ ଏହା ଚିଲିକା ହ୍ରଦର ମଝିରେ ଅଟକି ଯାଇଛି । ଜହ୍ନିକୁଦା ଘାଟ ଠାରୁ ୩୦୦ ମିଟର ଦୂରରେ ଏହି ଭସା ପୋଲ ଫସିଥିବାର ସୂଚନା ମିଳିଛି । ଏହି ଭସା ପୋଲଟି ଜହ୍ନିକୁଦା ସ୍ଥାନରୁ ୧୦୦ ଜଣ ଯାତ୍ରୀ, ୨୦ଟି ବାଇକ୍ ଏବଂ ଦୁଇଟି ବୋଲେରୋ ନେଇ ସାତପଡ଼ା ଅଭିମୁଖେ ଯାତ୍ରା କରିଥିଲା । ଭସା ପୋଲରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହା ଚିଲିକା ହ୍ରଦ ମଝିରେ ଅଟକି ଯାଇଛି ।


ଏହି ଖବର ପାଇ ସ୍ଥାନୀୟ ମତ୍ସ୍ୟଜୀବୀମାନେ ପ୍ରାଣକୁ ଖାତିର ନକରି ସେହି ଭସା ପୋଲରେ ଅଟକି ରହିଥିବା ୧୦୦ ଜଣ ଯାତ୍ରୀଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ଲାଗି ପଡିଛନ୍ତି । ଆଉ ଉଦ୍ଧାର ମଧ୍ୟ କରୁଛନ୍ତି । ଏହି କାର୍ଯ୍ୟ ଏବେ ଚାଲି ରହିଛି । କିଛି ଯାତ୍ରୀ ଏବେ ଉଦ୍ଧାର ମଧ୍ୟ ହୋଇ ସାରିଲେଣି ବୋଲି ସୂଚନା ମିଳିଛି ।