Movie prime

ଦାଢି ଥିବା ମହିଳା ଦିନକୁ ୨ ଥର କରନ୍ତି ସେଭିଂ ଦେଖନ୍ତୁ କେମିତି କଟେ ଜୀବନ

 
Viral News
ବର୍ତ୍ତମାନ ସମୟରେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଜଣେ ଯୁବତୀ ୧୩ ବର୍ଷରୁ ଦିନକୁ ଦୁଇ ଥର ସେଭଙ୍ଗି କରୁଥିଲେ।
ବର୍ତ୍ତମାନ ପୁରୁଷ ଙ୍କ ଭଳି ଏହି ମହିଳା ଙ୍କ ର ମଧ୍ୟ ଦାଢ଼ି ବଢ଼ିବାରେ ଲାଗିଛି।ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି।ଏବଂ ସେମାନଙ୍କର ନିଜସ୍ୱ ଚିନ୍ତାଧାରା ଓ ବୁଝାମଣା ରହିଛି।ଯାହା ଅନୁଯାୟୀ ସେମାନେ ସେମାନଙ୍କର ସମସ୍ୟାର ସମାଧାନ କରିଥାନ୍ତି।
କିଛି ଲୋକ ଏକ ଛୋଟ ସମସ୍ୟା ପଛରେ ଚିନ୍ତା କରି ସେମାନେ ଦୁଃଖୀ ହେଉଥିବା ବେଳେ କିଛି ଲୋକ ବଡ଼ ସମସ୍ୟା କି ହସି ହସି ସମାଧାନ କରିବାକୁ ଚେଷ୍ଟା କରିଥାନ୍ତି।
ସେମାନେ କେତେବେଳେ ଦୁଃଖରେ ରହି ନଥାନ୍ତି।ଏହିପରି ଜଣେ ମହିଳା ଙ୍କୁ ଦେଖିବାକୁ ମିଳିଛି।ଯାହାଙ୍କର ମୁହଁରେ ପୁରୁଷ ଙ୍କ ଭଳି ଦାଢ଼ି ବଢ଼ିବାରେ ଲାଗିଛି। ଏହି ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।
ଆମେରିକା ରେ ରହୁଥିବା ଡାକୁଟା ନାମକ ମହିଳା ଜଣେ ମହିଳା ଙ୍କ ର ମାତ୍ର ୧୩ ବର୍ଷରେ ମୁହଁରେ ମୋଟା କେଶ୍ ହୋଇଥିଲା।ସେହି ଦିନଠାରୁ ମହିଳା ଦିନକୁ ଦୁଇ ଥର ସେଭିଂ କରିବାକୁ ଲାଗିଲେ।
ଅବଶ୍ୟ ପରେ ସେ ତାଙ୍କ ମତ ବଦଳାଇ ଦାଢ଼ି ବଢ଼ାଇବାକୁ ଲାଗିଲେ।ସେ ସର୍ବଦା ଏତେ ଆତ୍ମବିଶ୍ଵାସୀ ନଥିଲେ।୧୩ ବର୍ଷ ବୟସରେ ସେ ପ୍ରଥମଥର ପାଇଁ ତାଙ୍କ ମୁହଁରେ ଅବାଞ୍ଛିତ କେଶ୍ ଦେଖିଲେ।
ଏହା ଦେଖି ସେ ବହୁତ ଚିନ୍ତିତ ଥିଲେ।ଏବଂ ଜୀବନରେ ୧୦ ବର୍ଷ ବହୁତ ଚିନ୍ତାରେ ବିତାଇ ଥିଲେ।ସେହିଭଳି ବର୍ଷ ବର୍ଷ ଧରି ଦିନକୁ ସେ ଦୁଇ ଥର ସେଭିଂ ମଧ୍ୟ କରୁଥିଲେ।ସମସ୍ତେ ତାଙ୍କ ମୁହଁ କେଶ୍ ବିଷୟରେ କଥାବାର୍ତ୍ତା କରୁଥିଲେ।
ଯାହାକୁ ନେଇ ସେ ସବୁବେଳେ ମାନସିକ ଚିନ୍ତାରେ ରହୁଥିଲେ। ସେ ଅନେକ ଡାକ୍ତର ଙ୍କୁ ମଧ୍ୟ ଦେଖାଇଥିଲେ।ପ୍ରକୃତ କାରଣ କଣ ବୁଝି ପାରିଲେ ନାହିଁ।ବର୍ତ୍ତମାନ କିନ୍ତୁ ମହିଳା ଜଣଙ୍କ ଚର୍ଚ୍ଚାରେ ରହିଛନ୍ତି।