Movie prime

ପ୍ରେମିକ ହାତ ଧରିଲେ ଟ୍ରମ୍ପଙ୍କ ଝିଅ ଦେଖନ୍ତୁ କେଉଁଠି ଅନୁଷ୍ଠିତ ହେଲା ବାହାଘର

 
Viral News

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆମେରିକାର ସବୁଠାରୁ ଚର୍ଚ୍ଚିତ ରାଷ୍ଟ୍ରପତି ହେଉଛନ୍ତି ଡୋନାଲ୍ଡ ଟ୍ରମ୍ଫ। ଏବଂ ଡୋନାଲ୍ଡ ଟ୍ରମ୍ଫ ଙ୍କ ଝିଅ ଟିଫାନି ତାଙ୍କ ପ୍ରେମିକ ଙ୍କ ହାତ ଧରିଛନ୍ତି।

ରବିବାର ଦିନ ଟିଫାନି ତାଙ୍କ ଅନେକ ଦିନ ଧରି ରହିଥିବା ପ୍ରେମିକ ମାଇକେଲ ଙ୍କ ହାତ ଧରିଛନ୍ତି। ଦୁହେଁ ମଧ୍ୟ ସବୁ ଦିନ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତାଙ୍କ ଫଟୋ ଏବେ ଟୁଇଟର ରେ ଟ୍ରେଣ୍ଡ କରୁଛି।

ଟିଫାନି ଙ୍କ ପୁରୁଣା ପୁରୁଷ ବନ୍ଧୁ ମାଇକେଲ ଙ୍କ ସହ ଏହି ବିବାହ ଗତ ରବିବାର ଦିନ ଅନୁଷ୍ଠିତ ହୋଇ ଯାଇଛି। ବିବାହ ପୁର୍ବରୁ ଟ୍ରମ୍ଫ ନିଜ ଝିଅର ହାତ ଧରି ଷ୍ଟେଜ ଉପରକୁ ଆସିଥିଲେ।
ସେହି ଅବସରରେ ଟିଫାନି ଙ୍କ ଗାଲରେ ଏକ ଚୁମ୍ବନ ଦେଇ ତାଙ୍କୁ ସେହି ରାସ୍ତାରେ ନେଇ ଆସିଥିଲେ। ଏହା ସହ ଟ୍ରମ୍ଫ ଙ୍କ ଝିଅ ବିବାହରେ ଖୁବ ସୁନ୍ଦର ଲାଗୁଥିବା ବେଳେ ଟୁଇଟର ରେ ତାଙ୍କ ଫଟୋ ଏବେ ଭାଇରାଲ ହେଉଛି।
କେବଳ ଗୋଲାପି ଓ ଧଳା ଫୁଲରେ ଟିଫାନି ଙ୍କ ବିବାହ ଷ୍ଟେଜ କୁ ସଜା ଯାଇଥିଲା। ଏଭଳି ଟିଫାନି ନିଜ ପୁରୁଷ ବନ୍ଧୁଙ୍କ ସହ ସବୁଦିନ ପାଇଁ ବାନ୍ଧି ହୋଇ ଯାଇଥିଲେ।
ଟିଫାନୀ ତାଙ୍କ ବିବାହରେ ଏକ ଧଳା ରଙ୍ଗର ଲମ୍ବା ଗାଉନ ପିନ୍ଧି ଥିବାର ନଜର ଆସିଥିଲେ। ଏହା ସହିତ ଟିଫାନି ଙ୍କ ଏହି ବିବାହ ଲୁକ୍ ମଧ୍ଯ ସମସ୍ତ ଙ୍କୁ ବେଶ ଆକର୍ଷିତ କରିଥିଲା। ଟୁଇଟର ରେ ଭାଇରାଲ ହୋଇଥିବା ଫଟୋ ରେ,
ଟ୍ରମ୍ଫ ନିଜ ଝିଅ ଓ ଜ୍ୱାଇଁ ଙ୍କ ସହ ଫଟୋ ଉଠାଇ ଥିବାର ଦେଖିବାକୁ ମିଳିଛି। ଏହା ସହ ଟ୍ରମ୍ଫ ମଧ୍ଯ ବେଶ ଖୁସି ଥିବାର ନଜର ଆସିଛନ୍ତି। ଆପଣ ମାନେ ଜାଣିଥିବେ କି ପ୍ରାୟ ସମୟରେ ଟ୍ରମ୍ଫ କିଛି ନା କିଛି ବିବାଦ କୁ ନେଇ ଏକ ଚର୍ଚ୍ଚାର ବିଷୟ ପାଲଟି ଥାଆନ୍ତି।
ବର୍ତ୍ତମାନ ମଧ୍ୟ ତାଙ୍କ ଝିଅ ର ବିବାହ କୁ ନେଇ ସେ ଖୁବ୍ ଚିନ୍ତା ରେ ମଧ୍ଯ ଥିଲେ । ନିକଟରେ ଫ୍ଲୋରିଡା ରେ ହୋଇଥିବା ଝଡ଼ ତୋଫାନ ଯୋଗୁଁ ତାଙ୍କ ଝିଅର ବିବାହରେ ବାଧା ଉପୁଜିବ ବୋଲି ଭାବୁଥିଲେ। ହେଲେ ତାଙ୍କ ଝିଅର ବିବାହ ଖୁବ୍ ଭଲରେ ସମ୍ପନ୍ନ ହୋଇଛି।