Movie prime

ଏହି କାରଣରୁ ମୋଦୀଙ୍କୁ ପ୍ରଶଂସା କଲେ ପୁଟିନ ଜାଣନ୍ତୁ କାହିଁକି

 
Viral News

ରୁଷ ର ରାଷ୍ଟ୍ରପତି ପୁଟିନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ମହାନ ଦେଶପ୍ରେମୀ।ଏକ ସମ୍ମିଳନୀ ରେ ରାଷ୍ଟ୍ରପତି ପୁଟିନ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପ୍ରଶଂସା କରିଛନ୍ତି।

ପୁଟିନ କହିଛନ୍ତି ଯେ ୟୁକ୍ରେନ ଉପରେ ପରମାଣୁ ବୋମା ଆକ୍ରମଣ କରିବା କିଛି ଆବଶ୍ୟକତା ନାହିଁ।ପାଶ୍ଚାତ୍ୟ ରାଷ୍ଟ୍ର ଉପରେ ଟାର୍ଗେଟ କରିଛନ୍ତି। ଭାରତ ଓ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୁବ୍ ତାରିଫ୍ କରିଛନ୍ତି।ରାଜନୈତିକ କିମ୍ବା ସାମରିକ ଭାବରେ କୌଣସି ଅର୍ଥ ନାହିଁ ବୋଲି ପୁଟିନ କହିଛନ୍ତି।

ଯାହାକି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।ଯୁକ୍ରେନ୍ ସହିତ ଯୁଦ୍ଧ ଭିତରେ ବଡ଼ ବୟାନ ରଖିଛନ୍ତି ରୁଷ ର ରାଷ୍ଟ୍ରପତି ପୁଟିନ। ଯୁକ୍ରେନ୍ ଉପରେ ପରମାଣୁ ବୋମା ନେଇ ଚେତାଇ ଆସୁଥିବା ପୁଟିନ ୟୁ ଟର୍ନ୍ ନେଇଛନ୍ତି।
ସେ କହିଛନ୍ତି ଯେ ଆଣବିକ ଆକ୍ରମଣର ଆବଶ୍ୟକତା ନାହିଁ।ଏମିତି କିଛି ବି ପ୍ରସ୍ତୁତି ରୁଷ କରୁ ନାହାନ୍ତି।ଆନ୍ତର୍ଜାତୀୟ ବୈଦେଶିକ ନୀତି ବିଶେଷଜ୍ଞ ଙ୍କ ସମ୍ମିଳନୀ ରେ ଯୋଗ ଦେଇ ପୁଟିନ ଏହି କଥା କହିଛନ୍ତି।
ଏହି ସମ୍ମିଳନୀ ରେ ଯୋଗ ଦେଇ ପୁଟିନ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପ୍ରଶଂସା କରିଛନ୍ତି।ସେ କହିଛନ୍ତି ଯେ ମୋଦି ଜଣେ ଦେଶପ୍ରେମୀ ଅଟନ୍ତି। ମୋଦି ବିଶ୍ଵର ଜଣେ ଏପରି ନେତା ଯିଏ ଦେଶର ସ୍ବାର୍ଥ ପାଇଁ ଏକ ନିରପେକ୍ଷ ବୈଦେଶିକ ନୀତି ଲାଗୁ କରି ପାରୁଛନ୍ତି।
ପ୍ରଧାନ ମନ୍ତ୍ରୀ ମୋଦି ଙ୍କ ନେତୃତ୍ୱ ରେ ବହୁତ କିଛି କାମ ହୋଇଛି।ମୋଦି ଙ୍କ ମେକ୍ ଇନ୍ ଇଣ୍ଡିଆ ଚିନ୍ତାଧାରା ଉଭୟ ଅର୍ଥନୀତି ଏବଂ ମୂଲ୍ୟ ବୋଧ ପାଇଁ ଗୁରୁତ୍ଵ ବହନ କରିଛନ୍ତ।
ଭାରତର ଭବିଷ୍ୟତ ଉଜ୍ଜ୍ୱଳ ବୋଲି ପୁଟିନ କହିଛନ୍ତି। ବହୁ ଦଶନ୍ଧି ଧରି ଭାରତ ସହିତ ଘନିଷ୍ଠ ସମ୍ପର୍କ ରହିଛି।ଭାରତ ସହିତ ତାଙ୍କର କେବେ କିଛି ସମସ୍ୟା ନାହିଁ।ସବୁବେଳେ ପରସ୍ପରକୁ ସହଯୋଗ କରି ଆସୁଛନ୍ତି।
ବର୍ତ୍ତମାନ ମଧ୍ୟ ଜାରି ରହିଛି ଏବଂ ଆଗକୁ ମଧ୍ୟ ସମାନ ସ୍ଥିତି ବଜାୟ ରହିବ ବୋଲି ପୁଟିନ କହିଛନ୍ତି।ବ୍ରିଟିଶ ଉପନିବେଶ ବାଦରୁ ବାହାରି ଆଧୁନିକ ହୋଇଛି ଭାରତ।ବିକାଶ ପାଇଁ ଭାରତ ସାରା ବିଶ୍ଵର ସମ୍ମାନ ଓ ପ୍ରଶଂସା ର ପାତ୍ର ହୋଇଛି ବୋଲି ପୁଟିନ କହିଛନ୍ତି।