Movie prime

ଦେଖନ୍ତୁ କେମିତି କୋଟିପତି ରୁ ହୋଇଗଲେ ଭିକାରୀ ସାଙ୍ଗେ ସଙ୍ଗେ ଓଲଟିଗଲା ଭାଗ୍ୟର ପଶା

 
Viral
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଆପଣଙ୍କୁ ଏକ ବ୍ୟକ୍ତି ଙ୍କୁ ଦେଖାଇବାକୁ ଯାଉଛୁ ଯିଏକି ମାତ୍ର ୨୪ ଘଣ୍ଟା ମଧ୍ୟରେ କୁବେରରୁ ବନି ଯାଇଥିଲେ କାଙ୍ଗାଳ। ନିଜକୁ ଦେବାଳିଆ ବୋଲି ଘୋଷଣା କଲେ କ୍ରିପ୍ଟୋ ଏକ୍ସଚେଞ୍ଜ ର ଏଫଡି ପ୍ରତିଷ୍ଠାତା ସମ୍ ଫ୍ରାଇଡେ। ଆପଣ ମାନେ କ୍ରିପ୍ଟୋ କରେନ୍ସୀ ଓ ସେୟାର ମାର୍କେଟ ସମ୍ପର୍କରେ ନିଶ୍ଚିତ ଭାବରେ ଭଲରେ ଜାଣିଥିବେ।
ଏହି ବ୍ୟକ୍ତି ଜଣକ କ୍ରିପ୍ଟୋ କରେନ୍ସୀ ରେ ଏମିତି କିଛି ଟଙ୍କା କମେଇଥିଲେ ଯାହାକି ବିପୁଳ ମାତ୍ରାରେ ଥିଲା। ମାତ୍ର କମ୍ ବୟସରେ ସେ ଅନେକ ଶୀଘ୍ର କୋଟିପତି ମଧ୍ୟ ହୋଇଥିଲେ। ନିଜେ ଅର୍ଥ କମେଇବା ପାଇଁ ଦିନ ରାତି ମଧ୍ୟ ଏକ କରି ଦେଇଥିଲେ। ହେଲେ ଏବେ ଏହି କୋଟିପତି ଜଣକୁ ଏବେ ଶକ୍ତ ଧକ୍କା ଲାଗିଛି। ମାତ୍ର ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୧୬୭ କୋଟି ଡ଼ଲାର ଟଙ୍କାର କ୍ଷତି ହୋଇଛି।
ଏବେ ୨୬ ଲକ୍ଷ କୋଟି ଡ଼ଲାର ତଥା ୧ଲକ୍ଷ ୩୧୨୦୦କୋଟି ଟଙ୍କାର ମାଲିକ ଥିବା ସମ୍ ଙ୍କ ନିକଟରେ ଏବେ କିଛି ହେଲେ ମଧ୍ୟ ଅର୍ଥ ନାହିଁ। ତାଙ୍କର ଏକ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି।୨୪ ଘଣ୍ଟା ମଧ୍ୟରେ ସମ୍ ଙ୍କ ସମ୍ପତ୍ତି ୯୪ ପ୍ରତିଶତ ହ୍ରାସ ଘଟିଛି। ବିଶ୍ଵ ଇତିହାସରେ ମଧ୍ଯ ଏଭଳି କୌଣସି ବ୍ୟକ୍ତିଙ୍କ ସହ ହୋଇ ନାହିଁ। ଏହି ହ୍ରାସ ସବୁଠାରୁ ବଡ଼ ହ୍ରାସ ବୋଲି ରେକର୍ଡ ହୋଇଛି।
କମ୍ପାନୀର ଆର୍ଥିକ ସ୍ଥିତି ହ୍ରାସ ଘଟିବା ସହ ତାଙ୍କର ମଧ୍ଯ ଆର୍ଥିକ ସ୍ଥିତି ଖରାପ୍ ହୋଇ ପଡିଛି। ତାଙ୍କର ସବୁକିଛି ଚାଲି ଯାଇଛି। ଯେଭଳି ସେ କ୍ରିପ୍ଟୋ କରେନ୍ସୀ ପାଇଁ ରାତାରାତି କୋଟିପତି ହୋଇଥିଲେ ସେଭଳି ହିଁ ସେ ରାତାରାତି କଙ୍ଗାଳ ମଧ୍ୟ ହୋଇ ଗଲେ। ସେ ହେଉଛନ୍ତି ଆମେରିକାର ଜଣେ ୩୦ ବର୍ଷୀୟା ଯୁବକ ଯେକି ଖୁବ୍ ଶୀଘ୍ର ସଫଳତାର ଶୀର୍ଷ ରେ ମଧ୍ଯ ପହଞ୍ଚି ଯାଇଥିଲେ।