Movie prime

ସୋସିଆଲ ମିଡିଆରେ ଭଉଣୀ ଙ୍କ ଟାର୍ଗେଟ ର ଉତ୍ତର ଦେଲେ Dutee Chand ଦେଖନ୍ତୁ କଣ କହିଲେ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଦୌଡ଼ ରାଣୀ ଦୂତି ଚାନ୍ଦ ଆମ ଦେଶ ଓ ଆମ ରାଜ୍ୟ ପାଇଁ କେତେ ଗୌରବ ଆଣିଛନ୍ତି। ସାରା ଦେଶ କଣ ସାରା ବିଶ୍ବରେ ସେ ହେଉଛନ୍ତି ଜଣେ ପରିଚିତ ଚେହେରା। ଏବେ ଦୌଡ଼ ରାଣୀ ଦୂତି ଚାନ୍ଦ ଏକ ଜାତୀୟ ରିଆଲିଟି ଶୋ ରେ ଯେଉଁଥିରେ କି ନୃତ୍ୟ ପ୍ରତିଯୋଗିତା ହେଉଛି ସେଥିରେ ଅଂଶ ଗ୍ରହଣ କରିଛନ୍ତି। ଶୋ ଟି ହେଉଛି କଲର୍ଶ ରେ ପ୍ରସାରିତ ହେଉଥିବା “ଝଲକ୍ ଦିକ୍ଲାଯା"।
ଆପଣ ମାନେ ଜାଣିଥିବେ ଦୂତି ଚାନ୍ଦ ଅନେକ ବିଷୟ ପାଇଁ ଚର୍ଚ୍ଚାର ବିଷୟ ପାଲଟି ଥାଆନ୍ତି। ତେଣୁ ସେ ତାଙ୍କ ମହିଳା ବନ୍ଧୁଙ୍କ ସହ ସମ୍ପର୍କ କଥା ହେଉ ଅଥବା ତାଙ୍କ ପାରିବାରିକ ମାମଲା ହେଉ। ଆପଣ ମାନେ ଏହା ମଧ୍ଯ ଜାଣିଥିବେ କି ଦୂତି ଚାନ୍ଦ ଓ ସରସ୍ଵତୀ ଚାନ୍ଦ ହେଉଛନ୍ତି ଦୁଇ ଭଉଣୀ ଏବଂ ଏହି ଦୁଇ ଭଉଣୀ ଙ୍କ ମଧ୍ୟରେ ଏବେ ମନ ମଳିନ୍ୟ ଦେଖା ଦେଇଛି। ରିଲାଲିଟୀ ଶୋ ରେ ଭାଗ ଦୂତି ଚାନ୍ଦ ଭାଗ ନେଇ ଥିବାରୁ ,
ସରସ୍ଵତୀ ଚାନ୍ଦ ତାଙ୍କୁ ଅନେକ କଥା ଆକ୍ଷେପ କରି କହିଛନ୍ତି। ସେ କହିଛନ୍ତି କି ଦୂତି ଙ୍କ ଏଭଳି ଡାନ୍ସ ରିଆଲିଟି ଶୋ ରେ ଭାଗ ନେବା ଦ୍ଵାରା ଆମ ରାଜ୍ୟ କୁ କୌଣସି ପ୍ରକାରର ସଫଳତା ମିଳିବ ନାହିଁ। ଏହାର ପ୍ରତି ଉତ୍ତର ଦେଇ ଦୂତି ଚାନ୍ଦ କହିଛନ୍ତି କି “ତୁମ ପ୍ରଗତିର ଗୋଡ଼ ଟାଣିବା ରେ ଯେଉଁ ମାନେ ବ୍ୟସ୍ତ ବାସ୍ତବରେ ସେମାନେ ହିଁ ତମର ପ୍ରକୃତ ଗୁରୁ"। ସୋସିଆଲ ମିଡିଆରେ ସରସ୍ଵତୀ ଙ୍କ ଏକ ଫଟୋ ଭାଇରାଲ ହେଉଛି।
ଯେଉଁଥିରେ କି ଦୂତି କହିଛନ୍ତି ତାଙ୍କ ଭଉଣୀ ସରସ୍ଵତୀ ତାଙ୍କ ଘରେ ଏକ ବାଂଲାଦେଶୀୟ ଯୁବତୀ କୁ ଆଣି ରଖିଛନ୍ତି ଏବଂ ତାଙ୍କର ଏଭଳି ପଦକ୍ଷପ ପାଇଁ ତାଙ୍କର ଅନ୍ୟ ଭଉଣୀ ମାନଙ୍କର ବିବାହ ହେଇ ପାରୁ ନାହିଁ। କାରଣ ଅନ୍ୟ ଲୋକ ମାନେ ତାଙ୍କ ଘରେ ବନ୍ଧୁ ବାନ୍ଧିବାକୁ ଚାହୁଁ ନାହାଁନ୍ତି। ତେବେ ଅନ୍ୟ କେହି ତାଙ୍କୁ କଣ କହିଥିଲେ ତାଙ୍କୁ କିଛି ଆଘାତ ଲାଗି ନଥାନ୍ତା। ହେଲେ ତାଙ୍କ ଭଉଣୀ ତାଙ୍କୁ ଏଭଳି କହିବା ତାଙ୍କୁ ବହୁତ କଷ୍ଟ ହେଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.