Movie prime

ବିଶ୍ୱର ସବୁଠାରୁ ବଡ ସ୍ଵୀମିଂ ପୂଲ୍ ଯିଏ ଦେଖିବ ସିଏ ଆଶ୍ଚର୍ୟ୍ଯ ହେବ ଦେଖନ୍ତୁ କେମିତି ହୋଇଛି ସମୁଦ୍ର ଭଳି ଆକାର ( world's largest swimming pool )

 
Special report
ନମସ୍କାର ପାଠକ ବନ୍ଧୁ ଗଣ। ବନ୍ଧୁ ଗଣ ପ୍ରାକୃତିକ ଜଳ ବସତି ଗୁଡ଼ିକ ରେ ଗାଧେଇବା ଓ ପହଁରିବା ର ମଜା ନିଆରା କେତକ ନଦୀ , ହ୍ରଦ କିଛି ନ ହେଲେ ଗାଁ ପୋଖୋରି ରେ ଅନେକ ପିଲା ବେଳେ ଗାଧେଇ ଥିବେ ଓ ପହଁରି ଥିବେ। ଘର ବାଥ୍ ରୁମ୍ ରେ କଳ ଟ୍ୟପ ରେ ଓ ସାୱାର ରେ ଗାଧେଇବା ଅପେକ୍ଷା ଏହି ପ୍ରାକୃତିକ ଜଳ ବସତି ରେ ଗାଧେଇ ବା ର ମଜା ନିଆରା।
ସେଥି ପାଇଁ ଆପଣ ଯଦି କୌଣସି ବଡ ହୋଟେଲ ରେ ଯାଇ ରହୁଛନ୍ତି ଆପଣ ପ୍ରଥମେ ଖୋଜିବେ ସେଠି ବଡ଼ ସ୍ୱୀମିଂ ପୁଲ ଅଛି ନା ନାହିଁ। ଯଦି ଗୋଟେ ବଡ଼ ଆପର୍ଟ ମେଣ୍ଟ ତିଆରି କରା ଯାଇଛି ତେବେ ବିଲଡର ଏଠି ସ୍ୱୀମିଂ ପୁଲ ଦେଇଛି ନା ନାହିଁ। ତେବେ ସ୍ୱୀମିଂ ପୁଲ ଟେ ଗାଧେଇବା ପାଇଁ ପହଁରି ବା ପାଇଁ ଓ ଛୋଟ ପିଲାମାନଙ୍କ ପହଁରା ଶିଖାଇବା ପାଇଁ ବେଶ୍ ଉପଯୋଗୀ।
ଦେଶ ରେ ବିଭିନ୍ନ ସ୍ଥାନ ରେ ବିଭିନ୍ନ କୋଣ ଅନୁକୋଣରେ ରେ ବିଭିନ୍ନ ଡିଜାଇନ୍ ର ସ୍ୱୀମୀଙ୍ଗ ପୁଲ ଅଛି ବିଭିନ୍ନ ସ୍ଥାନ ରେ ଛାତ ଉପରେ ମଧ୍ୟ ସ୍ୱୀମିଂ ପୁଲ କରିବାର ବ୍ୟବସ୍ଥା କରା ଯାଇଛି। କିନ୍ତୁ ଆପଣ ଚିନ୍ତା କରୁନ୍ତୁ ଦେଶ ର ବଡ଼ ସ୍ୱୀମିଂ ପୁଲ ର ଆକାର କେତେ ବଡ଼ ଥିବ କେତେ ମିଟର ହେଇ ଥିବ
ସ୍ୱୀମିଂପୁଲ।
ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଦେଶ ର ସବୁଠାରୁ ବଡ଼ ସ୍ୱୀମିଂପୁଲ ଅଛି ଚିଲି ରେ। ଚିଲି ରେ ଏହି ଯେଉଁ ସ୍ୱୀମିଂ ପୁଲ ଅଛି ତାର ଲମ୍ବା ପାଖାପାଖି ସାଢ଼େ ତିନି କିଲୋ ମିଟର ଏହାକୁ ଆପଣ ଯଦି ଗୋଟେ ସାଇଡ ରୁ ଦେଖିବେ ଏହା ସ୍ୱୀମିଂପୁଲ ନା ଗୋଟେ ବଡ଼ ନଦୀ ନା ସମୂଦ୍ର ଏହାକୁ ନେଇ ନିଶ୍ଚିତ ଭାବେ ଦ୍ଵନ୍ଦ ରେ ପଡ଼ିବେ।