Movie prime

ଘରେ ବସି ଦେଖନ୍ତୁ ଅଯୋଧ୍ୟା ରାମ ମନ୍ଦିରର ସମ୍ପୂର୍ଣ ଦୃଶ୍ୟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ - Live

 
Ayodhya
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଅଯୋଧ୍ୟା ରାମଚନ୍ଦ୍ର ମନ୍ଦିରର ବଡ ବିଶତ୍ଵ ହେଉଛି ବିଶ୍ଵର ସବୁଠାରୁ ହିନ୍ଦୁ ବୃହତ୍ତମ ମନ୍ଦିର ଅଟେ। ଏହି ମନ୍ଦିରର ନିର୍ମାଣରେ କିଛି ସିମେଣ୍ଟ କି ଲୁହା ବ୍ୟବହାର କରାଯାଇନାହିଁ। ପାରମ୍ପରିକ ଶୈଳୀରେ ଏହି ମନ୍ଦିରକୁ ପଥରରେ ନିର୍ମାଣ କରାଯାଇଛି।
ପ୍ରଭୁ ରାମଚନ୍ଦ୍ରଙ୍କ ପାଇଁ ଯେଉଁ ବିଶାଳ ମନ୍ଦିର ତିଆରି କରାଯାଇଛି ସେଇ ମନ୍ଦିରର ଲମ୍ବ ହେଉଛି ପୂର୍ବରୁ ପଶ୍ଚିମ ଆଡ଼କୁ ୩୮୦ ମିଟର , ଚଉଡ଼ା ହେଉଛି ୨୫୦ ମିଟର, ଉଚ୍ଚତା ହେଉଛି ୧ ଶହ ୬୧ ଫୁଟ
Ram mandir
ମଝିରେ ରହିଛି ରାମଚନ୍ଦ୍ରଙ୍କ ମନ୍ଦିର ଆଉ ଚତୁଃପାର୍ଶ୍ଵ ରେ ରହିଛି ବର୍କୋଟା। ବର୍କୋଟା ର ଅର୍ଥ ହେଉଛି କାନ୍ଥ। ଏବଂ ପୁରୀ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଯେମିତି ବାଇଶି ପାହାଚ ରହିଛି ଠିକ୍ ସେମିତି ପ୍ରଭୁ ରାମଚନ୍ଦ୍ରଙ୍କୁ ଦର୍ଶନ କରିବାକୁ ୩୨ଟି ପାହାଚ ଚଢି ଦର୍ଶନ କରିବାକୁ ପଡିବ।
ରାମ ମନ୍ଦିରରେ ସର୍ବମୋଟ ୫ଟି ମଣ୍ଡପ ରହିଛି। ୧:- ନୃତ୍ୟମଣ୍ଡପ, ୨:- ରଙ୍ଗମଣ୍ଡପ, ୩:- ସଭାମଣ୍ଡପ, ୪:- ପ୍ରାର୍ଥାନାମଣ୍ଡପ, ୫:- କୀର୍ତ୍ତନମଣ୍ଡପ। 
ମନ୍ଦିରକୁ ପ୍ରବେଶ କରିବା ସମୟରେ ଯେଉଁ ଖମ୍ବ ସବୁ ଦେଖିବାକୁ ପାଇବେ ସେଥିରେ ଦେବାଙ୍ଗନା ମାନଙ୍କ ମୂର୍ତ୍ତି ନିର୍ମାଣ କରାଯାଇଛି। ରାମ ମନ୍ଦିରରେ ସର୍ବମୋଟ ୩୯୨ଟି ଖମ୍ବ ଦେଖିବାକୁ ପାଇବେ। ଏବଂ ଆପଣ ମାନେ ୪୪ଟି ଦ୍ଵାର ମଧ୍ୟ ଦେଖିବାକୁ ପାଇବେ
Viral
ରାମ ମନ୍ଦିରଟି ତିନି ମହଲା ବିଶିଷ୍ଟ କରାଯାଇଛି। ରାମ ମନ୍ଦିର ପାଖରେ ଆପଣ ମାନେ ଦେଖିବାକୁ ପାଇବେ ଏକ ପୌରାଣିକ କାଳର ସୀତାକୁଣ୍ଡ। ମନ୍ଦିର ପ୍ରାଙ୍ଗଣରେ ମହର୍ଷି ବାଲ୍ମୀକି, ବିଶ୍ଵାମିତ୍ର, ସବରୀଙ୍କ ମନ୍ଦିର ମଧ୍ୟ ରହିଛି। ଏହି ମନ୍ଦିରର ଦକ୍ଷିଣ ପଶ୍ଚିମ ଦ୍ଵାରରେ ପ୍ରଭୁ ଶିବଙ୍କ ମନ୍ଦିର ମଧ୍ୟ ରହିଛି। 
ସେହିଠାରେ ମଧ୍ୟ ଜଟାୟୁଙ୍କୁ ସ୍ଥାପନ କରଯାଇଛି ତାହା ମଧ୍ୟ ଦେଖିବାକୁ ପାଇବେ। ଏହି ବର୍କୋଟାର ଚାରି କୋଣରେ ମଧ୍ୟ କିଛି ମନ୍ଦିର ରହିଛି। ଗୋଟିଏ କୋଣରେ ସୂର୍ଯ୍ୟ ଦେବ, ଆଉ ଗୋଟେ କୋଣରେ ମା ଭଗବତୀ, ଆଉ ଗୋଟେ କୋଣରେ ଗଣପତି ଏବଂ ଆଉ ଗୋଟେ କୋଣରେ ଶିବ।
ଏହି ବର୍କୋଟାର ଉତ୍ତର ଭାଗରେ ରହିବେ ଅନ୍ନପୂର୍ଣ୍ଣା ବା ଲକ୍ଷ୍ମୀ। ଦକ୍ଷିଣ ଭାଗରେ ରହିବ ପ୍ରଭୁ ହନୁମାନଙ୍କ ମନ୍ଦିର। ଏହି ବର୍କୋଟାରେ ଶୌଚାଳୟର ବ୍ୟବସ୍ଥା ମଧ୍ୟ ରହିଛି।