Movie prime

ବଦଳିଗଲା ଭାରତ ର ଭାଗ୍ୟ, ମିଳିଗଲା ବହୁ ଦୁର୍ମୂଲ୍ୟ ଲିଥିୟମ୍ ଖଣି

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଭାରତରେ ଲିଥିୟମ ଖଣି ଠାବ ହୋଇଛି। ଜମ୍ମୁ ଓ କାଶ୍ମୀରରେ ୫.୯ ମିଲିୟନ ଟନର ଲିଥିୟମ ଖଣି ରହିଥିବା କେନ୍ଦ୍ର ସରକାର କହିଛନ୍ତି।
ଆସିଲା ଜିଓଲୋଜିକାଲ ସର୍ଭେ ରିପୋର୍ଟ । ରିପୋର୍ଟ ଅନୁଯାୟୀ ଭାରତରେ ଲିଥିୟମ ଖଣି ଠାବ ହୋଇଛି । ଗୁରୁବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି।
ଜମ୍ନୁ ଓ କାଶ୍ମୀରର ରେଅସି ଜିଲ୍ଲା ସଲାଲ ହାଇମାନା ଅଞ୍ଚଳରେ ଏହା ଠାବ ହୋଇଛି। ବିଶ୍ୱରେ ବ୍ୟବହାର କରାଯାଉଥିବା ବ୍ୟାଟେରୀ ପାଇଁ ଲିଥିୟମ ନିହାତି ଜରୁରୀ। ମୋବାଇଲ ବ୍ୟାଟେରୀରେ ମଧ୍ୟ ବ୍ୟାଟେରୀ ବ୍ୟବହାର କରାଯାଉଛି। 
ତେଣୁ ଭାରତରେ ଲିଥିୟମ୍ ଖଣି ମିଳିବା ଏକ ବଡ କଥା ଦେଶ ପାଇଁ। ଆପଣ ଯେଉଁ କମ୍ପାନୀର ସ୍ମାର୍ଟ ଫୋନ୍ ଧରିଛନ୍ତି ସେହି ଫୋନରେ ଲିଥୀୟମ ଆଇରନ ବ୍ୟାଟେରୀ ରହିଛି।
Special report
କେବଳ ମୋବାଇଲ୍ ନୁହେଁ ଯେଉଁ ଯେଉଁ କ୍ଷେତ୍ରରେ ବ୍ୟାଟେରୀ ବ୍ୟବହାର କରାଯାଉଛି ସବୁ ବ୍ୟାଟେରୀ କମ୍ପାନୀ ଲିଥୀୟମ୍ ବ୍ୟବହାର କରୁଛି। ପାୱାର ଗ୍ରିଡରେ ମଧ୍ୟ ଲିଥିୟମ କାମରେ ଆସୁଛି।
ତେଣୁ ଲିଥିୟମ ଏବେ ଦିନ ରାତି ପ୍ରତ୍ୟେକ କାମରେ ଆସୁଛି। ଭାରତ କୋଟି କୋଟି ଟଙ୍କାର ଲିଥୀୟମ ବ୍ୟାଟେରୀ ବାହାର ଦେଶରୁ ମଗାଉଛି।୨୦୨୧ ରେ ୬୧ ହାଜର କୋଟି ଥିଲା ଲିଥୀୟମ ବ୍ୟାଟେରୀର ଦାମ୍। 
କୁହାଯାଉଛି ୨୦୨୮ ବେଳକୁ ଏହି ଲିଥୀୟମର ଦାମ୍ ୧.୩ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଯିବ। ଯାହା ଭାରତକୁ ପୁଣି କିଣିବାକୁ ପଡ଼ିବ। କାରଣ ଲୋକେ ପେଟ୍ରୋଲ ଡିଜେଲ ଗାଡି ଛାଡ଼ି ବ୍ୟାଟେରି ଗାଡ଼ି କିଣୁଛନ୍ତି। ଯାହା ପାୱାରପ୍ଲାଣ୍ଟ ବି ବଢ଼ାଯାଉଛି।
Special report
ସାଉଦି ଭଳି ଭାରତରେ ପ୍ରଚୁର ପଇସା ଆସିବାକୁ ଯାଉଛି। ହେଲେ ଏହି ଲିଥିୟମ ଖଣିରେ କାମ କରିବା ପାଇଁ ତାକୁ ମାଇନିଙ୍ଗ କରିବା ପାଇଁ କେତେ ଖର୍ଚ୍ଚ ହେବ କେତେ ବ୍ୟବହୁଳ କରାଯିବ ତାକୁ ନେଇ ଏବେ ଚିନ୍ତାର ବିଷୟ ପାଲଟିଛି। ସେଥିରୁ ଆଉ କଣ ମିଶି ବାହାରିବ ସେନେଇ ମଧ୍ୟ ରିସର୍ଚ୍ଚ ଚାଲିଛି। 
ତେବେ ପ୍ରଥମ ସ୍ତରରେ ରହିଛି ଭାରତ। ଏବେ କେବଳ ଲିଥିୟମ ଖଣି ଥିବା ଜାଣିବାକୁ ମିଳୁଛି। ଆଗକୁ ଆହୁରି ୫ଟି ସ୍ତରକୁ ଯାଇ ଦେଖିବାକୁ ପଡିବ ସେ ଲିଥିୟମ କେତେ କାମରେ ଆସିବ।
ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ନିଜେ କହିଛି ଆହୁରି ଏଭଳି ଲିଥିୟମ ଖଣି ଖୋଜିବା ଦରକାର। ଯାହା ଭାରତର ଭାଗ୍ୟକୁ ବଦଳାଇ ଦେବ। ସେ ଲିଥିୟମ ସବୁକୁ କାମ ଉପଯୋଗୀ କରିବା ପାଇଁ ସେହିଭଳି ଖର୍ଚ୍ଚ ମଧ୍ୟ କରିବା ଦରକାର। ତା'ପରେ ଜଣାପଡିବ ଏହି ଖଣି ଭାରତକୁ କେତେ ଉପରକୁ ନେବ।