Movie prime

ବିଲକୁଲ ନଥିଲା ହାତ ହେଲେ ବିଜ୍ଞାନ କରିଦେଲା ଚମତ୍କାର ଦେଖନ୍ତୁ ଲାଗିଲା ହାତ ପୁଣି ହସିଲେ ବ୍ୟକ୍ତି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଜିକାଲି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଦ୍ବାରା ସବୁ କିଛି ସମ୍ଭବ ଅଟେ। ଆଜି ଆମେ ଆପଣଙ୍କୁ ଠିକ୍ ସେଭଳି ହିଁ ଏକ ଦୃଶ୍ୟ ଦେଖିବାକୁ ଯାଉଛୁ।
ଆଜ୍ଞା ହଁ କାନ୍ଧ ନଥିଲା ହାତ ଆଉ ଏବେ ଲାଗିଛି ଦୁଇଟି ସତ ସତିକା ହାତ। କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ହିଁ ହେଉଛି ସତ୍ୟ। ପ୍ରାୟ ୧୬ ଘଣ୍ଟା ଧରି ଅତି ନିଖୁଣ ଭାବରେ ମୁମ୍ବାଇ ର ଗ୍ଲୋବାଲ ହସ୍ପିଟାଲ ର ସ୍ଵତନ୍ତ୍ର ଡାକ୍ତରୀ ଟିମ୍ ଏହି ସର୍ଜରୀ କରିଛନ୍ତି।
ରାଜସ୍ଥାନ ଆଜମେର ର ୩୩ ବର୍ଷୀୟ ଯୁବକ ପ୍ରେମାରାମ। ସେ ଆରମ୍ଭ କରିବାକୁ ଯାଉଛନ୍ତି ତାଙ୍କର ନୂଆ ଜୀବନ। ପ୍ରାୟ ଦଶନ୍ଧୀ ହେବେ ପ୍ରେମାରାମ୍ ଙ୍କ ହାତ ନଥିଲା। ତାଙ୍କର ହାତ ଅସଂଜତ ଭାବରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳି ଯାଇଥିଲା।
ଆଉ ଡ଼ାକ୍ତର ତାଙ୍କୁ ବଞ୍ଚାଇବା ପାଇଁ ତାଙ୍କର ସଂପୂର୍ଣ୍ଣ ହାତକୁ ହିଁ କଟି ତାଙ୍କ ଶରୀରରୁ ଅଲଗା କରି ଦେଇଥିଲେ। କାରଣ ସେହି ହାତ ଦ୍ବାରା ତାଙ୍କ ଶରୀର ର ମଧ୍ୟ କ୍ଷତି ହୋଇ ଥାଆନ୍ତା।
ହାତ କଟିଯିବା ପରେ ସେ ଭାଙ୍ଗି ପଡି ଥିଲେ ଓ ତାଙ୍କ ଜୀବନ ମଧ୍ୟ ଅନ୍ଧକାର ମଗ୍ନ ହୋଇ ଯାଇଥିଲା। ଦୈନନ୍ଦିନ ନିତ୍ୟକର୍ମ ପାଇଁ ମଧ୍ୟ ସେ ପର ଉପରେ ନିର୍ଭର କରୁଥିଲେ।
ଅନ୍ୟ ର ବିନା ସହଯୋଗ ରେ ସେ କୌଣସି କାମ ମଧ୍ଯ କରି ପାରୁ ନଥିଲେ। ସେ ପ୍ରାୟ ଦଶ ବର୍ଷ ଧରି ଅନ୍ୟ ଉପରେ ଭରଷା କରି ନିଜର ଜୀବନ ବଞ୍ଚି ଆସୁଥିଲେ। ତାଙ୍କ ଜୀବନରେ ଅନ୍ୟ ଉପରେ ଭରଷା କରିବା ଛଡ଼ା ଆଉ କିଛି ବାଟ ମଧ୍ୟ ନଥିଲା।
ହେଲେ ଏବେ ବିଜ୍ଞାନ ତାଙ୍କୁ ଦେଇଛି ନୂଆ ଜୀବନ। ମୁମ୍ବାଇ ର ଗ୍ଲୋବାଲ ହସ୍ପିଟାଲ ରେ ତାଙ୍କର ଏକ ବିରଳ ଅସ୍ତ୍ରୋପଚାର ହୋଇଛି। ଏହି ଅସ୍ତ୍ରୋପଚାର ସାରା ଦେଶରେ ଏକ ମାଇଲ ଖୁଣ୍ଟ ବୋଲି କହିଲେ
 ମଧ୍ୟ କୌଣସି ପ୍ରକାରର ଅତ୍ୟୁକ୍ତି ହେବ ନାହିଁ। ପ୍ରାୟ ୧୬ ଘଣ୍ଟା ଧରି ଏହି ଅସ୍ତ୍ରୋପଚାର ହୋଇଛି ଏବଂ ଏହା ସଫଳ ମଧ୍ୟ ହୋଇଛି। ଯାହା ଫଳରେ କି ପ୍ରେମାନାମ ମଧ୍ୟ ଏବେ ନୁଆ ହାତ ପାଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.