ସବୁ ମହିଳା ଏକ ହେଲେ ବିଲେଇ ପାଇଁ ଥାନାକୁ ଗଲେ ଦେଖନ୍ତୁ ଆସିଲା ବଡ ଖବର
Fri, 24 Feb 2023

ନମସ୍କାର ପାଠକ ବନ୍ଧୁ l ଆପଣ ମାନଙ୍କୁ ସ୍ୱାଗତ l ଆଜି ଏପରି ଏକ ଘଟଣା ଅଛି, ଆପଣ ମାନେ ଶୁଣିଲେ ହସି ହସି ଗଡିଯିବେ ଆଜ୍ଞା l ଆପଣ ନିଜ ହସ ସମ୍ଭାଳି ପାରିବେନି l
ଘଟଣାଟି ହେଉଛି ଛତ୍ରପୁର ଗ୍ରାମର l ସେଠା କାର ଥାନାରେ ବିଲେଇମାନଙ୍କ ନାମରେ ଦିଆ ଯାଇଛି ଏତାଲା l କଥାଟି କାହାଣୀ ପରି ଲାଗୁଥିଲେ ମଧ୍ୟ ସତl
ଆପଣ ଭାବୁଥିବେ ଯେ ଏ ଗୃହପାଳିତ ନିରୀହ ପଶୁ ଙ୍କ ନାମରେ କିଏ ଦେଲା ଏତlଲା???ଆଉ କଣ ପାଇଁ ଦେଇଛି ଏତଲା????
ହେଲେ କାରଣ ଜାଣିଲେ ଅପଣମାନେ ଆଚମ୍ବିତ ହେବେ ପାଠକ ମଣ୍ଡଳୀ l କାରଣତି ଏହିକି ଯେ ସେଇ ବିଲେଇମାନେ ଛତ୍ରପୁରର ଦଶ ନମ୍ବର ୱାର୍ଡ ରେ କିଛି କାଣ୍ଡ ରଚେଇଛନ୍ତି l
ସେଇ କାଣ୍ଡଟି ଏହିକି ଯେ, ସେଇ ବିଳେମାନେ କୁଆଡେ ବହୁତ ମଳ ତ୍ୟାଗ କରୁଛନ୍ତି ଏବଂ ସେଇ ଗନ୍ଧରେ ସେଇ କଲୋନୀ ବାସିନ୍ଦା ରହିପାରୁ ନାହାନ୍ତି l
ଆଉ ସେଇ ବିଲେଇ ଗୁଡିକ ବହୁତ ଜୋରେ ପାଟି ମଧ୍ୟ କରୁଛନ୍ତି l ଯଦ୍ୱାର ସେମାନଙ୍କୁ ରହିବାରେ ବହୁତ ଅସହଜ ମନେ ହେଉଛି l
ଏଥି ପାଇଁ ସେ ପ୍ରଥମେ ଏନ ଏ ସି (NAC) ରେ ଜଣେଇଥିଲେ, ହେଲେ କୌଣସି ସୁଫଳ ନମିଳିବାରୁ, ଶେଷରେ ସେହି ୱାର୍ଡର କିଛି ମହିଳାମାନେ ଯାଇଁ ଥାନାର ଦ୍ୱାରସ୍ଥ ହୋଇଥିଲେ l
ସେଇ ଗାଁର ଦଶ ନମ୍ବର ୱାର୍ଡରେ ରହୁଥିବା କିଛି ମହିଳାଙ୍କ ଅଭିଯୋଗ ଏହିକି ଯେ ତାଙ୍କ ପଡୋଶୀରେ ରହୁଥିବା ମଞ୍ଜୁବାଳା ପାଣିଗ୍ରାହୀ ନିଜ ଘରେ ବିଲେଇ ପାଳିଛନ୍ତି l
ପ୍ରାୟ 20 ରୁ ଅଧିକ ବିଲେଇ ପାଳିକି ସେ ନିଜେ ସେମାନଙ୍କର ସେବା ଯତ୍ନ କରନ୍ତି l ହେଲେ ସେଇ ବିଲେଇଗୁଡିକ ଚାରିଆଡେ ମଳ ତ୍ୟାଗ କରୁଛନ୍ତି ଏବଂ ଖୁଵ ଜୋରେ ଚିଲାଉଛନ୍ତି ଏବଂ ରଡି କରୁଛନ୍ତି l
ଏହା ଦ୍ୱାରା ସେଇମାନେ ସେଠାରେ ରହି ପାରୁନାହାନ୍ତି l ସେମାନଙ୍କ ଘରକୁ କେହି ଅତିଥି ବି ଆସୁ ନାହାନ୍ତି l ସମସ୍ତେ ଆସିବାକୁ ଡ଼ରୁଛନ୍ତି l ଆଉ ସେଇ ବାଟ ଦେଇ କୋଉ ବୁଲା ବିକାଳୀ ବି ଯାଉ ନାହାନ୍ତି l
ସମସ୍ତେ ବିଲେଇ ମଳର ଗନ୍ଧରେ ସେଇ ସ୍ଥାନରେ ରହୁନାହାନ୍ତି l ତେଣୁ ଏଥି ପାଇଁ ସେ ବିଲେଇ ମାନଙ୍କର କିଛି ଯୁଗାଡ଼ ସରକାର କରିବେ ବୋଲି ଆଶାବାନ୍ଧି ସେଇ କଲୋନୀର କିଛି ମହିଳା ଯାଇଁ ଥାନାରେ ଏତlଲା କରିଛନ୍ତି l
କିନ୍ତୁ କଥାଟି କାନକୁ ଖୁଵ ଅଡୁଆ ଲାଗେ ଆଜ୍ଞା.. ଆପଣଙ୍କୁ ବି ଲାଗୁଥିବି କାରଣ ବୁଲା କୁକୁର ଆଉ ଆଗରୁ ଏଇ ଛାର ମଣିଷ ନିଜେ ବାହାରେ ମଳ ତ୍ୟାଗ କରୁଥିଲା l
ଆଉ ଏବେ ସେ ବିଲେଇ ମଳ ତ୍ୟାଗରେ ସହି ପାରୁ ନାହାନ୍ତି l ଆଉ ବୁଲା କୁକୁର ଅଟେ ଆଡେ ବୁଲି ମଳ ତ୍ୟାଗ କଲେ ତା କାହିଁ ଗନ୍ଧ ହୁଏନି ଆଉ ଛାର ବିଲଇ ନାଁ ରେ ଅଟେ ବଡ ସଂଗୀନ ଅପରାଧ ର ଆରୋପ ଲାଗିଛି l
ଏଇ କଥାକୁ ତୀବ୍ର ବିରୋଧ କରି ମଞ୍ଜୁବାଳା ମାଡାମ କହନ୍ତି, ମୁଁ ତ କୋଉ ହିଂସ୍ର ଜନ୍ତୁ ଙ୍କୁ ଘରେ ରଖିନି ଯାହା ଫଳରେ ଲୋକଙ୍କର ଅସୁବିଧା ହେବ l ମୁଁ ତ ପୋଷା ବିଲେଇ ଛୁଆ ରଖିଛି ଯିଏକି ଗୃହ ପାଳିତ ଅଟନ୍ତି l
ଏପରି ଅନେକ ଲୋକେ ବିଲେଇ ଙ୍କୁ ଗୃହରେ ପାଳୁଥିବେ l ହେଲେ ମୋ ନାଁରେ ଏତେ ବଡ ଅଭିଯୋଗ କାହିଙ୍କି l
ତେଣୁ ମୋ ଉପରେ ଲଗା ଯାଇଥିବା ଆରୋପକୁ ଖଣ୍ଡନ କରି ସରକାର ମୋ କାମକୁ ପ୍ରୋତ୍ସାହନ ଦିଅନ୍ତୁ l କାରଣ ମୁଁ କାହାର କ୍ଷତି କରୁନି ବରଂ ନିରୀହ ପ୍ରାଣୀଙ୍କୁ ବହୁତ ସେବା ଯତ୍ନ ଆଦର କରି ଖୁଵ ଭଲରେ ରଖିଛି l
ଆହୁରି ଅନ୍ୟ କିଛି ପଡୋଶୀଙ୍କୁ ପଚାରି ବାରୁ ସେମାନେ ଉତ୍ତର ଯେ, ବିଲେଇ ମାନେ ବହୁ ଯତ୍ନର ସହ ମଞ୍ଜୁବାଳା ମାଡାମ ଙ୍କ ଘର ଭିତରେ ରୁହନ୍ତି l
ଆଉ କେବେ ବାହାରକୁ ବି ଆସନ୍ତି ନାହିଁ ଏବଂ ରାସ୍ତାରେ ବି ବୁଲନ୍ତି ନାହିଁ l ଆଉ ତାଙ୍କୁ କିଛି ଗନ୍ଧ ବି ହୁଏନି, ଲୋକମାନେ ବି ଆସନ୍ତି l ଏପରି ଶୁଣିଲେ କିଛି ମହିଳାଙ୍କର ଅଭିଯୋଗ ନିହାତି ଅଟହାସ୍ୟାର ଯୋଗ୍ୟ ଆଜ୍ଞା l