Movie prime

ଚୀନ ବେଲୁନ କୁ ମାରି ଖସାଇଦେଲା ଆମେରିକା ଦେଖନ୍ତୁ କାହିଁକି Exclusive Visual

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆମେରିକାର କେତେକ ପ୍ରତିରକ୍ଷା ପ୍ରତିଷ୍ଠାନ ଉପରେ ଚୀନ୍ର ଗୁଇନ୍ଦା ବେଲୁନ ଉଡ଼ିବା ଏବେ ହଇଚଇ ସୃଷ୍ଟି କରିଛି। ଏହି ଗୁଇନ୍ଦା ବେଲୁନ ଆମେରିକାର ମୋଣ୍ଟାନା ସହିତ ଅନେକ ସମ୍ବେଦନଶୀଳ ଅଞ୍ଚଳରେ ଉଡୁଥିବାର ଦେଖିବାକୁ ମିଳିଛି।
ଏହାକୁ ନେଇ ଆମେରିକା ଓ ଚୀନ୍ ମଧ୍ୟରେ ଏବେ ଉତ୍ତେଜନା ଲାଗି ରହିଥିବା ବେଳେ ଚୀନ୍ ଗୁଇନ୍ଦାଗିରି ପାଇଁ ବେଲୁନ ବ୍ୟବହାର କରିବା ଘଟଣା ପ୍ରତିରକ୍ଷା ଅଧିକାରୀଙ୍କୁ ଚିନ୍ତାରେ ପକାଇଛି। 
ତେବେ ବନ୍ଧୁଗଣ ଯାହାକି ବର୍ତ୍ତମାନ୍ ଦେଖିବାକୁ ମିଳୁଛି ଚୀନ୍‌ର ସ୍ପାଏ ବେଲୁନ୍‌କୁ ଗୁଳି କରି ଖସାଇଲା ଆମେରିକା। ଆମେରିକାର ପୂର୍ବ ଉପକୂଳ ଅଞ୍ଚଳରେ ଉଡୁଥିବା ଚୀନ୍‌ର ଏକ ସନ୍ଦିଗ୍ଧ ବେଲୁନ୍‌କୁ ଗୁଳି କରି ଖସାଇ ଦିଆଯାଇଥିବା
 ନେଇ ପେଣ୍ଟାଗନ୍ ପକ୍ଷରୁ ସୂଚନା ଦିଆଯାଇଛି। ଏହାର କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଆଟଲାଣ୍ଟିକ୍ ମହାସାଗର ଉପରେ ଉଡୁଥିବା ଏକ ବେଲୁନ୍ ବିସ୍ଫୋରଣ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି। 
ବେଲୁନ୍ ନିକଟରେ କିଛି ଯୁଦ୍ଧ ବିମାନ ଉଡୁଥିବା ମଧ୍ୟ ଭିଡିଓରେ ସ୍ପଷ୍ଟ ଦେଖାଯାଉଛି। ଆଉ ଏହି ଯୁଦ୍ଧ ବିମାନରୁ ହିଁ ଗୁଳି କରି ବେଲୁନ୍‌କୁ ଖସାଇ ଦିଆଯାଇଛି। ବିସ୍ଫୋରଣ ପରେ ବେଲୁନ୍‌ର ଅବଶେଷ ସମୁଦ୍ର ମଧ୍ୟରେ ପଡ଼ିଛି।
ଉତ୍ତର ଆମେରିକାରର ସମ୍ବେଦନଶୀଳ ସୈନ୍ୟ କ୍ୟାମ୍ପ ଉପରେ ସ୍ପାଏ ବେଲୁନ୍ ଦ୍ୱାରା ଚୀନ୍ ଗୁଇନ୍ଦାଗିରି କରୁଥିବା ନେଇ ଆମେରିକା ପୂର୍ବରୁ ଅଭିଯୋଗ ଆଣିଥିଲା। ଜାନୁଆରୀ ୨୮ ତାରିଖରେ ହିଁ ଆମେରିକା ଆକାଶରେ ଏଭଳି ବେଲୁନ୍ ଦେଖା ଦେଇଥିଲା। 
ଆମେରିକାର ମୋଣ୍ଟାନା ଅଞ୍ଚଳରେ ବେଲୁନ୍‌ଟି ଆକାଶରେ ଉଡୁଥିଲା। ପରେ ଏହା ଉତ୍ତର କେରୋଲିନା ଅଞ୍ଚଳରେ ପହଞ୍ଚି ଯାଇଥିଲା। ଏହାକୁ ଗୁଳିକରି ଖସାଇ ଦେବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ନିର୍ଦ୍ଦେଶ ଦେଇଥିଲେ।
ତେବେ ଏହାର ଅବଶେଷ ଜନବସତି ଉପରେ ପଡ଼ି କ୍ଷୟକ୍ଷତି ଘଟାଇବା ଆଶଙ୍କାରେ ଏହି ପଦକ୍ଷେପ ନିଆଯାଇନଥିଲା। ପରେ ଏହା ସମୁଦ୍ର ଉପର ଦେଇ ଗତି କରୁଥିବା ବେଳେ ଏହାକୁ ଗୁଳିକରି ଖସାଇ ଦିଆଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.