Movie prime

ପ୍ରେମ ହେବ ତ ଠିକ୍ ଏମିତି ଦିବ୍ୟାଙ୍ଗ ଦେଲେ ଦିବ୍ୟାଙ୍ଗ ଙ୍କ ମଥାରେ ସିନ୍ଦୂର ଦେଖନ୍ତୁ ଏହି ସୁନ୍ଦର ଦୃଶ୍ୟ

 
Dibyanga bahaghara
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ସେମାନେ ଜନ୍ମ ରୁ ଦିବ୍ୟାଙ୍ଗ ଅଟନ୍ତି।ଦିବ୍ୟାଙ୍ଗ ହୋଇ ମଧ୍ୟ ଉଚ୍ଚ ଶିକ୍ଷିତ। କୌଣସି ପ୍ରତିକୂଳ ପରିସ୍ଥିତି ରେ ହାର ମାନି ନାହାନ୍ତି ସେମାନେ।
ବରଂ ପରିସ୍ଥିତି ସେମାନଙ୍କ ନିକଟରେ ହାର ମାନିଛି।ନିଜର ପ୍ରଚେଷ୍ଟା ବଳରେ ସେମାନେ ନିଜକୁ ସମାଜରେ ସଫଳ ବ୍ୟକ୍ତି ଭାବରେ ପ୍ରତିଷ୍ଠିତ କରି ପାରିଛନ୍ତି।ଆଉ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇ ଦିବ୍ୟାଙ୍ଗ।
Viral news
ଉଭୟ ପରିବାରର ସହମତିରେ ଏହି ବିବାହ ବେଶ ଆଡମ୍ବ ରେ ସମ୍ପନ୍ନ ହୋଇଛି।ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସ୍ୱର୍ ଅଞ୍ଚଳରେ।ଝିଅ ଜଣଙ୍କ ହେଉଛନ୍ତି ସ୍ଵର ଥାନା ନିକଟ ଲକ୍ଷ୍ମଣ ପଣ୍ଡା ଙ୍କ ଝିଅ ଶୁଭଶ୍ରୀ ପଣ୍ଡା।
ଆଉ ପୁଅ ଜଣଙ୍କ ହେଉଛନ୍ତି ନୟାଗଡ଼ ଜିଲ୍ଲାର ରାମଚନ୍ଦ୍ର ପୁର ଗ୍ରାମର କୈଳାସ ଚନ୍ଦ୍ର ପଣ୍ଡା ଙ୍କ ପୁଅ ସୌମ୍ୟ ରଂଜନ ପଣ୍ଡା।ଉଭୟ ଭୁବନେଶ୍ୱର ରେ ରହି ପାଠ ପଢ଼ୁଥିଲେ।
ସେଠାରେ ଉଭୟଙ୍କର ସାକ୍ଷାତ ହୋଇଥିଲା।ଆଉ ଉଭୟ ଉଭୟଙ୍କୁ ପସନ୍ଦ ମଧ୍ୟ କରିଥିଲେ।ଧୀରେ ଧୀରେ ଏମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।ଆଉ ଏହି ପବିତ୍ର ସମ୍ପର୍କ କୁ ଉଭୟ ଙ୍କ ପରିବାର ପକ୍ଷରୁ ସ୍ଵୀକୃତି ମିଳିଥିଲା।
ତେବେ ଆଜି ଉଭୟଙ୍କର ବିବାହ ସମ୍ପନ୍ନ ହୋଇଛି।ସମସ୍ତେ ବେଶ ଖୁସି ଅଛନ୍ତି।ଯାହାକୁ ନେଇ ବର୍ତମାନ ଖୁସିରେ ଦୁଇ ପରିବାର ତାଙ୍କ ସାଥି ଓ ପ୍ରିୟଜନ ଙ୍କ ଉପସ୍ଥିତି ରେ ବିବାହ କରିଥିଲେ।
ବର କନିଆଁ ଙ୍କୁ ଆର୍ଶୀବାଦ ଜଣାଇଥିଲେ।ବର୍ତମାନ ପୁଅ ସୌମ୍ୟ ରଞ୍ଜନ ପଣ୍ଡା ବାଙ୍ଗାଲୋର ର ଏକ ଘରୋଇ କମ୍ପାନୀ ରେ କାର୍ଯ୍ୟ କରୁଥିବା ବେଳେ ଝିଅ ଶୁଭଶ୍ରୀ ଏକ ଘରୋଇ ସ୍କୁଲ ରେ କାର୍ଯ୍ୟ କରୁଛନ୍ତି।
ଘର ଲୋକଙ୍କ କହିବା କଥା ଯେ ଉଭୟ ଦିବ୍ୟାଙ୍ଗ ହୋଇଥିବା ବେଳେ,ଉଭୟ ଉଭୟ ଙ୍କୁ ବୁଝି ପାରିବେ ଆଉ ନିଜର ହସଖୁସିର ସଂସାର କରିପାରିବେ।ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.