Movie prime

ଦୁନିଆରୁ ସବୁଠୁ ଦାମୀ ରତ୍ନ ଦାମ ଜାଣିଲେ ମୁଣ୍ଡ ଟିଣ ହେଇଯିବ ଦେଖନ୍ତୁ ଏହି ରତ୍ନର ନାମ କଣ

 
Viral news
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଦୁନିଆର ସବୁଠାରୁ ଦୁର୍ଲଭ ରତ୍ନ। ପୃଥିବୀରେ ଅଛି ଏହାର ମାତ୍ର ଗୋଟିଏ ଖଣ୍ଡ। ଏହାର ଓଜନ ଏହାର ଆକାର ଠାରୁ ବହୁତ ଅଧିକ। ଆପଣ ଦୁନିଆରେ ଅନନ୍ୟ ରତ୍ନ ଦେଖିଥିବେ। କିନ୍ତୁ ଏହି ରତ୍ନ ମାନଙ୍କ ଭିତରୁ ଏମିତି କୌଣସି ରତ୍ନ ନଥିବ ଯାହା ସାରା ପୃଥିବୀରେ ଗୋଟିଏ।
ଆଜି ଏହି ଭିଡିଓରେ ଆମେ ଏପରି ରତ୍ନ ବିଷୟରେ କହିବୁ ଯାହା ପୃଥିବୀରେ ଗୋଟିଏ ପିସ୍ ରହିଛି। ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଉଛି ଏହାର ଓଜନ ଏହାର ଆକାର ଠାରୁ ଖୁବ ଅଧିକ। ବର୍ତ୍ତମାନ ଆନ୍ତର୍ଜାତୀୟ ମିନେରାଲଲୋଜିକାଲ ଆସୋସିଏସନ୍ ସମଗ୍ର ପୃଥିବୀରେ ଛଅ ହଜାରରୁ ଅଧିକ ଖଣିଜ ପଦାର୍ଥ ଆବିଷ୍କାର କରିଛି। 
ଆଉ ସେଥିମଧ୍ୟରୁ ଏହି ବିରଳ ରତ୍ନର ନାମ ହେଉଛି କ୍ୟାୟଥୁଇଟ। ଏହା ସ୍ପଟିକ ରତ୍ନରେ ଉପଲବ୍ଧ। ଏହି ରତ୍ନର କେବଳ ଗୋଟିଏ ଖଣ୍ଡ ସମଗ୍ର ପୃଥିବୀରେ ଦେଖିବାକୁ ମିଳୁଛି। ସବୁଠାରୁ ବଡ଼କଥା ହେଉଛି ଆନ୍ତର୍ଜାତୀୟ ମିନେରାଲଲୋଜିକାଲ ଆସୋସିଏସନ୍ ମଧ୍ୟ ଏହି ରତ୍ନକୁ ସ୍ଵୀକୃତି ଦେଇଛି।
ଏପର୍ଯ୍ୟନ୍ତ ଏହି ରତ୍ନ ସହିତ ମେଳ ଖାଉଥିବା ଅନେକ ସିନ୍ଥେଟିକ କମ୍ପାଉଣ୍ଡ ଚିହ୍ନଟ ହୋଇସାରିଛି। କିନ୍ତୁ ଏପରି ପୁରା ସମାନ ରତ୍ନ କେହି ପାଇପାରିନାହାନ୍ତି। ମିଆମାରର ମେଗୋବ ନିକଟରେ ଏହି ବିରଳ କ୍ୟାୟଥୁଇଟ ରତ୍ନ ପଥର ସ୍ପଟିକ ରୂପରେ ମିଳିଥିଲା। କ୍ୟାୟଥୁଇଟ ବର୍ତ୍ତମାନ ଲସ୍ଏଞ୍ଜୁଲିଅସର ପ୍ରାକୃତିକ ସଂଗ୍ରହାଳୟରେ ରଖାଯାଇଛି। 
ଏହା ଏକ ପ୍ରକାରର ନାରଙ୍ଗୀ ରଙ୍ଗର ସ୍ପଟିକ ଯାହା ସଂପୂର୍ଣ୍ଣ ସ୍ୱଚ୍ଛ। ଏଥିରେ ଇଷତ୍ ଲାଲ ରଙ୍ଗର ମଧ୍ୟ ଦେଖିବାକୁ ପାଇବେ। ଏହାର ଓଜନ ୧.୬୧ କ୍ୟାରେଟ। କିନ୍ତୁ ଏହି ରତ୍ନକୁ ବିରଳ କହୁଥିବା ବିଷୟ ହେଉଛି ଏହାର ରାସାୟନିକ ସୂତ୍ର। ବାସ୍ତବରେ ଏଥିରେ b13+ hb5+04 ରାସାୟନିକ ସୂତ୍ର ମିଳିଥାଏ।
ଯାହା ହେଉଛି ଏହି ରତ୍ନ ପଥରର BI ବିସ୍ମତ୍ SB ଆଣ୍ଟିମନିର ପ୍ରତୀକ ଉପସ୍ଥିତ। ଏହି ଦୁଇଟି ଉପାଦାନକୁ ଖୁବ ଦୁର୍ଲଭ ବୋଲି ବିବେଚନା କରାଯାଇଛି। ତଥାପି ସେଗୁଡିକ ସୁନା ଓ ରୁପାରେ ମଧ୍ୟ ମିଳିଥାଏ। କିନ୍ତୁ ଏହି ସୂତ୍ର କ୍ୟାଥୁଇଟିକୁ ବିରଳ କରିଥାଏ। କାରଣ ଏହି ସୂତ୍ରରେ ନିର୍ମିତ ସ୍ପଟିକ ମଧ୍ୟରେ ଅମ୍ଳଜାନ ଥାଏ ଯେଉଁ କାରଣରୁ ଏହା ସମଗ୍ର ବିଶ୍ଵରେ ବିରଳ ଅଟେ। 
ୟାଗ୍ୟାନ ବିଶ୍ଵବିଦ୍ୟାଳୟରେ ପୂର୍ବତନ ପ୍ରଫେସର ଡକ୍ଟର କ୍ୟାଥୁଇଟିଙ୍କ ଦ୍ବାରା ଏହି ରତ୍ନ ଆବିଷ୍କାର କରାଯାଇଥିଲା। ସେଥିପାଇଁ ଏହି ବିରଳ ରତ୍ନର ନା ତାଙ୍କ ନା'ରେ କ୍ୟାଥୁଇଟି ରଖାଯାଇଛି। ଏହି ରତ୍ନକୁ ଆନ୍ତର୍ଜାତୀୟ ମିନେରାଲଲୋଜିକାଲ ଆସୋସିଏସନ୍ ଦ୍ବାରା ୨୦୧୫ରେ ସ୍ଵୀକୃତି ଦିଆଯାଇଛି।
୨୦୧୭ରେ ଏହାର ବୈଜ୍ଞାନିକ ବିବରଣୀ ମଧ୍ୟ ଆସିଛି। ବୈଜ୍ଞାନିକ ମାନେ ବିଶ୍ବାସ କରନ୍ତି ଯେ ଏସିଆ ସହିତ ଭାରତ ଯେତେବେଳେ ମୁହାମୁହି ହୋଇଥିବ ଏହି ରତ୍ନ ସୃଷ୍ଟି ହୋଇଥିବ। ବାସ୍ତବରେ ଏହିପରି ଚମତ୍କାର ଏବଂ ବିରଳ ରତ୍ନ କେବଳ ମିଆମାରରେ ହିଁ ମିଳିଥାଏ।