Movie prime

ଏମିତି ଏକ ଦେଶ ରାତି ମାତ୍ର ୩୦ ମିନିଟ ଦେଖନ୍ତୁ କେମିତି ରୁହେ ଏହି ଦେଶର ଜୀବନଶୈଳୀ ଏବଂ ନୀତି ଦିନ

 
Viral video
ରାତିର ସମୟସୀମା ମାତ୍ର ୪୦ ମିନିଟ୍।ଏହା ଶୁଣି ଆପଣମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ମଧ୍ୟ ବାସ୍ତବରେ କଥାଟି ସତ।ଏହି ଦେଶରେ ୧୨:୪୩ ମିନିଟ୍ ରେ ସୂର୍ଯ୍ୟ ଅସ୍ତ ହୋଇଥାନ୍ତି। ପୁଣି ୧:୩୦ ରେ ସୂର୍ଯ୍ୟ ଉଦୟ ହୁଅନ୍ତି।
ପୃଥିବୀରେ ଏପରି ଅନେକ ଅଜବ ଘଟଣା ଘଟୁଥାଏ।ଯାହା ବିଷୟରେ ଯଦି ଆପଣମାନେ ଭାବିବେ ତେବେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ପୃଥିବୀରେ ଦେଖା ଯାଇଥିବା ସବୁକିଛି ଅନନ୍ୟ ଜିନିଷ ବୁଝିବା ସରଳ ନୁହେଁ।
ଆପଣମାନଙ୍କୁ ମଧ୍ୟରୁ ଅଧିକାଂଶ ଲୋକମାନେ ଜାଣିଥିବେ ଯେ ପୃଥିବୀ ସୂର୍ଯ୍ୟ ଚାରିପଟେ ଘୁରି ବୁଲୁଛି।ଏହି କାରଣରୁ ଦିନ ରାତି ପୃଥିବୀ ରେ ଅନେକ ସ୍ଥାନରେ ଭିନ୍ନ ଭିନ୍ନ ସମୟରେ ହୋଇଥାଏ।
ତାହା ହେଉଛି ଭାରତ ରେ ଯେତେବେଳେ ସକାଳ ହୋଇଥାଏ ସେତେବେଳେ ଆମେରିକାରେ ରାତି ହୋଇଥାଏ।କିନ୍ତୁ ଆପଣମାନେ ଜାଣିଛନ୍ତି କି ଦୁନିଆରେ ଏପରି ଏକ ଦେଶ ରହିଛି ଯେଉଁଠାରେ ସୂର୍ଯ୍ୟ କେବଳ ୪୦ ମିନିଟ୍ ଅସ୍ତ ହୁଅନ୍ତି।
ସବୁଠାରୁ ବଡ଼ କଥା ହେଉଛି ଯେ ୪୦ ମିନିଟ୍ ପରେ ଅର୍ଥାତ୍ ରାତି ୧:୩୦ ରେ ସୂର୍ଯ୍ୟ ର ପ୍ରଥମ କିରଣ ଏହି ଦେଶରେ ପଡ଼ିଥାଏ।ଏହି ଦେଶର ନାମ ହେଉଛି ନରୱେ।ବିଶ୍ଵ ମାନଚିତ୍ର ରେ ନରୱେ ଇୟୁରୋପୀୟ ମହାଦେଶ ଉତ୍ତରରେ ଅବସ୍ଥିତ।
ଏହି ଦେଶ ଉତ୍ତର ଅତି ନିକଟରେ ତେବେ ପୃଥିବୀର ଅନେକ ଅଞ୍ଚଳ ତୁଳନାରେ ଏଠାରେ ଅଧିକ ଥଣ୍ଡା ହୋଇଥାଏ।ଲୋକମାନେ ଘରୁ ବାହାରକୁ ବାହାରି ପାରନ୍ତି ନାହିଁ।ଏଭଳି ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଦେଖିବାକୁ ମିଳିଥାଏ।।
ତଥାପି ଏହି ଘଟଣା ବର୍ଷା ସାରା ହୋଇ ନଥାଏ।ବରଂ ଏହା କେବଳ ଅଢେଇ ମାସ ପାଇଁ ହୋଇଥାଏ।ଅଢେଇ ମାସ ପାଇଁ ନରୱେ ରେ ରାତି ମାତ୍ର ୪୦ ମିନିଟ୍ ହୋଇଥାଏ।ଏହି ଆଶ୍ଚର୍ଯ୍ୟ ଜନିତ ଘଟଣା ହେତୁ ନରୱେ ସମଗ୍ର ବିଶ୍ଵରେ ମିଡ୍ ନାଇଟି ସନ୍ ଦେଶ ଭାବରେ ଜଣାଶୁଣା।ଏହି ଖବରଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.