Movie prime

୫୦ ଲକ୍ଷ ସିନା ଦେଇ ପାରିଲିନି ହେଲେ ମୁ ୩୬ ହଜାର ଦେଇପାରିବି, କିନ୍ତୁ ଜମା କରିବାକୁ ହେବ ୨ ଟଙ୍କା! ଜାଣନ୍ତୁ ମୋଦୀ ଙ୍କ ଏହି ଯୋଜନା ବିଷୟରେ

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ମୋଦି ସରକାରଙ୍କ ବଡ ଯୋଜନା ୨ ଟଙ୍କା ଜମା ଗଲେ ମିଳିବ ୩୬ ହଜାର ଟଙ୍କା। ସାଧାରଣତଃ ଗରିବ ପରିବାରର ଲୋକେ ତାଙ୍କର ଭବିଷ୍ୟତକୁ ନେଇ ସବୁବେଳେ ଚିନ୍ତାରେ ରହିଥାନ୍ତି।
ଦିନ ତମାମ ଖଟିବା ପରେ ଯାହା ଟଙ୍କା ଆଣନ୍ତି ତାହା ପରିବାର ପ୍ରତିପୋଷଣରେ ଖର୍ଚ୍ଚ ହୋଇଯାଏ। ଯାହାଫଳରେ ଭବିଷ୍ୟତ ପାଇଁ ଟଙ୍କା ସଞ୍ଚୟ କରି ରଖିବା ସମ୍ଭବ ହୋଇପାରେନି।
ତେବେ ଏଭଳି ପରିସ୍ଥିତିରେ ପିଏମ ଶ୍ରମ ଯୋଗୀ ମାନଧନ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ନିଜର ଭବିଷ୍ୟତକୁ ସୁଦୃଢ କରିପାରିବେ। 
ଏହି ଯୋଜନାରେ ସାମିଲ ହେବାକୁ ହେଲେ ୧୮ ବର୍ଷ ବୟସରୁ ଉର୍ଦ୍ଧ ଏବଂ ୪୦ ବର୍ଷ ବୟସରୁ କମ ବୟସ ହୋଇଥିବା ନିହାତି ଆବଶ୍ୟକ। ଯଦି ଆପଣ ଏହି ଯୋଜନାରେ ସାମିଲ ହେଉଛନ୍ତି ଆଉ ଆପଣଙ୍କ ବୟସ ୧୮ ବର୍ଷ ତେବେ ଆପଣଙ୍କୁ ମାସକୁ ମାତ୍ର ୫୫ ଟଙ୍କା ଜମା କରିବାକୁ ପଡିବ।
Special Report
ଅର୍ଥାତ ଆପଣଙ୍କୁ ଦୈନିକ ୨ ଟଙ୍କା ଦେବାକୁ ପଡିବ। ସେହିଭଳି ୨୯ ବର୍ଷ ବୟସରେ ଯେଉଁ ବ୍ୟକ୍ତି ଏହି ଯୋଜନାରେ ସାମିଲ ହେବେ ତାଙ୍କୁ ମାସିକ ୧୦୦ ଟଙ୍କା ଏବଂ ୪୦ ବର୍ଷ ବୟସର ଲୋକଙ୍କୁ ମାସିକ ୨୦୦ ଟଙ୍କା ଜମା କରିବାକୁ ପଡିବ। 
ତେବେ ଏହି ଯୋଜନାରେ କେମିତି ସାମିଲ ହେବେ ତାହା ଜାଣିବା ପୂର୍ବରୁ କିଛି ସର୍ତ୍ତ ଉପରେ ନଜର ପକାନ୍ତୁ। ଏହି ଯୋଜନା ରେ ସାମିଲ ହେବାକୁ ହେଲେ ବ୍ୟକ୍ତିଙ୍କ ରୋଜଗାର ମାସିକ ୧୫ ହଜାରରୁ କମ ହୋଇଥିବା ନିହାତି ଆବଶ୍ୟକ।
ବ୍ୟକ୍ତି ଜଣକ ଶ୍ରମିକ, ଡ୍ରାଇଭର କିମ୍ବା ସ୍ଵୀପର ଶ୍ରେଣୀର ହୋଇଥିବା ଜରୁରୀ। ଏହା ସହିତ ବୟସ ସୀମା ୧୮ ରୁ ୪୦ ବର୍ଷ ହେବା ଆବଶ୍ୟକ। ତେବେ ବନ୍ଧୁଗଣ ଏହି ଯୋଜନାରେ ସାମିଲ ହେବାକୁ ହେଲେ ପ୍ରଥମେ ଆପଣ ମାନଙ୍କୁ ସିଏମସି ସେଣ୍ଟର ଯିବାକୁ ହେବ।
ସେଠାରେ ଆପଣ ମାନଙ୍କୁ ଆଧାର କାର୍ଡ ଏବଂ ଜନଧନ ଯୋଜନା ଖାତାରେ ଆଇଏଫସି କୋର୍ଟ ଦେବାକୁ ପଡିବ। ଆପଣଙ୍କ ଦସ୍ତାବିଜ କମ୍ପୁଟରରେ ସବମିଟ ହେବା ମାତ୍ରେ ଆପଣଙ୍କୁ ଶ୍ରମ ଯୋଗୀ କାର୍ଡ ମିଳିଯିବ।
ଏହା ହେଉଛି ଏକ ପେନସନ ଯୋଜନା। ବ୍ୟକ୍ତିଙ୍କ ବୟସ ୬୦ ବର୍ଷ ହେବା ପର୍ଯ୍ୟନ୍ତ ବ୍ୟକ୍ତିଙ୍କୁ ଏଥିରେ ଟଙ୍କା ଜମା କରିବାକୁ ପଡିବ। ୬୦ ବର୍ଷ ପରେ ଆପଣଙ୍କୁ ମାସିକ ୩ ହଜାର ଟଙ୍କା ଅର୍ଥାତ ବାର୍ଷିକ ୩୬ ହଜାର ଟଙ୍କା ମିଳିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.