Movie prime

ମହିଳା ଙ୍କ ଜୀବନ ନେଇଗଲା କିନ୍ନର, ଜଗତପୁର ଟ୍ରକ ଟରମିନାଲ୍ ରେ ନେଇଥିଲେ ଜୀବନ

 
Hh
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଲୁଗାରେ ମହିଳାଙ୍କ ଗଳା ଚିପି ହ-ତ୍ୟା କଲା କିନ୍ନର। ପରେ ମୃ-ତଦେହକୁ ଟ୍ରକ୍‌ ଟର୍ମିନାଲ୍‌ରେ ଫିଙ୍ଗିଦେଲା। ଏପରି ଭୟଙ୍କର ହ-ତ୍ୟା-କା-ଣ୍ଡ କଟକ ଜଗତପୁର ଥାନା ଅଞ୍ଚଳରେ ଘଟିଥିଲା। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ୍‌ ଅ-ଭି-ଯୁ-କ୍ତ କିନ୍ନରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଢେଙ୍କାନାଳ ଜିଲ୍ଲା ମାତଙ୍ଗ ଥାନା ଅଞ୍ଚଳର କିନ୍ନର ହେଉଛନ୍ତି ସୁମନ୍ତ କୁମାର ଜେନା ଓରଫ ପ୍ରିୟା। ସେ କଟକ ଚୌଦ୍ୱାର ଅଞ୍ଚଳରେ ରହୁଥିଲେ। ତାଙ୍କୁ ଜଗତପୁର ଅଞ୍ଚଳର ମଦନ ସାହୁଙ୍କ ପତ୍ନୀ କୁନି ଚିହ୍ନିଥିଲେ। 
କିନ୍ତୁ ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ନଥିଲା। ଉଭୟଙ୍କ ଭିତରେ ଅନେକ ସମୟରେ କଥା କଟାକଟି ହୋଇଥିଲା। ଯେଉଁଥିପାଇଁ ପ୍ରିୟା ପ୍ରତିଶୋଧ ପରାୟଣା ହୋଇପଡ଼ିଥିଲେ। କୁନିଙ୍କୁ ହ-ତ୍ୟା କରିବା ପାଇଁ ଯୋଜନା କରିଥିଲେ। ୭ ତାରିଖ ରାତିରେ ସ୍ଥିତି ଭୟଙ୍କର ହୋଇଥିଲା। କୌଣସି କଥାକୁ ନେଇ କୁନି ଓ ପ୍ରିୟାଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହା ପରେ ଲୁଗାରେ କୁନିଙ୍କ ଗଳାକୁ ଚିପି ପ୍ରିୟା ହ-ତ୍ୟା କରିଥିବା ଅଭିଯୋଗ ହୋଇଥିଲା। ପରେ ସେ ମୃ-ତଦେହକୁ ନେଇ ଜଗତପୁର ଟ୍ରକ୍ ଟର୍ମିନାଲରେ ଫିଙ୍ଗି ଦେଇଥିଲା। 
ତାପରେ ନିଜ ଘରକୁ ପଳାଇ ଆସିଥିଲା ପ୍ରିୟା। ୮ ତାରିଖରେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇଁ ପୁଲିସ ମୃ-ତଦେହ ଜବତ କରିଥିଲା। କିନ୍ତୁ ପରିଚୟ ପାଇଥିଲା। ମୃ-ତଦେହ ମିଳିବାର କିଛି ସମୟ ପରେ ମଦନ ସାହୁ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା। ପୁଲିସ୍‌ ଏହି ହ-ତ୍ୟା-କା-ଣ୍ଡକୁ ଗୁରୁତର ସହ ନେଇ ବହୁ ଲୋକଙ୍କୁ ଜେରା କରିଥିଲା। ଏପରିକି ସିସିଟିଭି ଫୁଟେଜ୍‌କୁ ମଧ୍ୟ ଯାଞ୍ଚ କରିଥିଲା। ଶେଷରେ ପ୍ରିୟା ପାଖରେ ପୁଲିସ୍‌ ପହଞ୍ଚିଥିଲା। 
ପୁଲିସ ପ୍ରିୟାକୁ ଅଟକ ରଖି ଘନଘନ ଜେରା କରିଥିଲା। ଜେରା ବେଳେ ନିଜ ଦୋଷ ସ୍ୱୀକାର କରିଥିଲା ପ୍ରିୟା। ହ-ତ୍ୟା କରି ଫିଙ୍ଗି ଦେଇଥିବା କହିଥିଲା। ଏହା ପରେ ପୁଲିସ୍‌ ତାକୁ ଗିରଫ କରିବା ସହିତ ହ-ତ୍ୟା-କା-ଣ୍ଡ ସ୍ଥଳକୁ ନେଇ ଡେମୋ କରିଛି। ଏହାଛଡା ହ-ତ୍ୟା-କା-ଣ୍ଡରେ ବ୍ୟବହୃତ ହୋଇଥିବା ଲୁଗାକୁ ଜବତ କରିଛି। ଆଜି ଅଭିଯୁକ୍ତ ପ୍ରିୟାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି କଟକ ଡିସିପି ପିନାକ ମିଶ୍ର କହିଛନ୍ତି।