Movie prime

କୁକୁର ଭାବି ପାଳିଲେ ହେଲେ କୁକୁର ୨ ବର୍ଷରେ ହେଇଗଲା ଭାଲୁ ଦେଖନ୍ତୁ ଏହି ଦୃଶ୍ୟ କେମିତି ହେଲା ଏମିତି ସମ୍ଭବ Exclusive

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଜଣେ ବ୍ୟକ୍ତି ଦାମୀ ଏବଂ ବିରଳ ପ୍ରଜାତିର କୁକୁର ପାଳିବାକୁ ଯାଇ ହଟହଟାର ସାମ୍ନା କରିଛନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ଚାଇନାରେ ରହୁଥିବା ଜଣେ ବ୍ୟକ୍ତି ଗୋଟାଏ କୁକୁର ପାଳିଥିଲେ।
ହେଲେ ୨ ବର୍ଷ ପରେ ଦେଖିଲା ବେଳକୁ କୁକୁର ଭାଲୁ ପାଲଟିଗଲା। ବନ୍ଧୁଗଣ ଚୀନ୍‌ର କୁନ୍‌ମିଙ୍ଗ ସହରରେ ରହୁଥିବା ସୁ ନାମକ ଜଣେ ବ୍ୟକ୍ତି ଏକ ଦାମୀ କୁକୁର କିଣିଲେ। ଏହି କୁକୁରଟି ତିବତିଆନ୍ ପ୍ରଜାତିର ଥିଲା ଏବଂ ଏହାର ଲୋମ ଏତେ ଘଞ୍ଚ ଯେ, ଏହା ଭାଲୁ ଭଳି ଦେଖାଯାଏ। 
ଏହାର ଓଜନ ସର୍ବାଧିକ ୧୫୦ ପାଉଣ୍ଡ ଯାଏ ରହିଥାଏ। କୁକୁରଟି ପାଇବା ପରେ ସୁ ତାକୁ ବହୁତ ଯତ୍ନର ସହ ପାଳିବାକୁ ଲାଗିଲେ। ତେବେ ଧିରେ ଧିରେ କୁକୁରଟି ବଡ଼ ହେବା ପରେ ସୁ ତାକୁ ଆଉ ଖାଇବାକୁ ଦେବା ସମ୍ଭବ ହେଲା ନାହିଁ।
କାରଣ ଥରେ ଥରେ କୁକୁରକୁ ସେ ଦୁଇ ବକେଟ୍ ନୁଡୁଲ୍ସ ଓ ଗୋଟିଏ ବକେଟ୍ ଫଳ ଦେଲେ ମଧ୍ୟ ତାହା ନିଅଣ୍ଟ ପଡ଼ିଯାଏ। କୁକୁରଟି ପୁଣି କିଛି ଖାଇବାକୁ ହାଇଁପାଇଁ ହୁଏ।
ଏହାଦେଖି ସୁଙ୍କର ସନ୍ଦେହ ହେଲା। ଖାଲି ସେତିକି ନୁହେଁ, ଏହି କୁକୁର ପାଖରେ ପୋଷା ଜନ୍ତୁର କୌଣସି ଲକ୍ଷଣ ସେ ଦେଖିବାକୁ ପାଇଲେନି। 
ବେଳେ ବେଳେ ମଧ୍ୟ ଏହା କୁକୁର ନୁହେଁ ବୋଲି ତାଙ୍କର ସନ୍ଦେହ ହେଲା। ୟା ଭିତରେ ତାଙ୍କ କୁକୁରର ଓଜନ ବଢ଼ି ୨୫୦ ପାଉଣ୍ଡ ହୋଇଗଲା, ଯାହା ତାଙ୍କ ସନ୍ଦେହକୁ ଦ୍ୱିଗୁଣିତ କରିଦେଲା। ଧିରେ ଧିରେ କୁକୁରଟି ମଧ୍ୟ ହିଂ-ସ୍ର ହେବାକୁ ଲାଗିଲା।
ତା’ ପାଖକୁ ଯିବାକୁ ଘର ଲୋକ ଭୟ କଲେ। ସୁ ଆଉ କାଳ ବିଳମ୍ବ ନକରି ତାକୁ ପଶୁ ଡାକ୍ତରଙ୍କ ପାଖକୁ ନେବା ପରେ ଅସଲ କଥା ପଦାକୁ ଆସିଲା, ଯାହା ଶୁଣିଲେ ଆପଣଙ୍କ ଆଶ୍ଚର୍ଯ୍ୟ ହୋଇଯିବ। 
ସୁ ଯେଉଁ କୁକୁରକୁ ଗତ ଦୁଇ ବର୍ଷ ହେଲା ପାଳି ଆସୁଥିଲେ, ତାହା ଏକ କୁକୁର ନଥିଲା, ଥିଲା ଏକ ହିମାଲୟାନ୍ ଭାଲୁ। ଯାହାକି ସୁ’ଙ୍କ ଏହି କୁକୁର ଏକ ବିରଳ ଏବଂ ଏସିଆଟିକ୍ କଳା ଭାଲୁ ଥିଲା।
ବନ୍ଧୁଗଣ ଗୋଟିଏ ହିଂ-ସ୍ର ଭାଲୁକୁ ସୁ ଏଯାଏ ପାଳି ଆସୁଥିଲେ। ଏ କଥା ଜାଣିବା ପରେ ସୁ ସଂଗେ ସଂଗେ ଭାଲୁଟିକୁ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିଥିଲେ। ଏହି ଘଟଣା ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.