Movie prime

ଏହି ସ୍ଥାନରେ ଅଛନ୍ତି ସବୁଠୁ ସୁନ୍ଦର ନାରୀ ଦେଖନ୍ତୁ ୮୦ ବର୍ଷ ର ମହିଳା ମଧ୍ୟ ଖୁବ୍ ସୁନ୍ଦର

 
Special Report
ନମସ୍କାର ପାଠକ ବନ୍ଧୁ l ଚାଲନ୍ତୁ ଜାଣିବା ପୃଥିବୀରେ ଥିବା ଏପରି ଏକ ସ୍ଥାନ ବିଷୟରେ ଯେଉଁଠାରେ ଲୋକମାନେ ବୃଦ୍ଧ ହୁଅନ୍ତି ନାହିଁ l ବୟସ 80 ହୋଇଥିଲେ ବି ଦିଶି ଥାନ୍ତି ପୁରା ପୁରି ଯୁବା l
 ବୟସର ଛାପ ତାଙ୍କ ଶରୀର ଏବଂ ମୁଖ ମଣ୍ଡଳରେ କୌଣସି ପ୍ରଭାବ ପ୍ରାୟ ପକେଇ ନଥାଏ l ଏହି ସ୍ଥାନଟି ହେଉଛି ପାକିସ୍ତାନର ହୁଂଜ଼ା ( hunza) ଉପତ୍ୟାକାରେ l
ସେଠାକାର ଲୋକମାନେ ଦିଶନ୍ତି ଚିର ସତେଜ, ଚିର ଯୁବା ଏବଂ ସେଠା କାର ଲୋକମାନଙ୍କର ଆୟୁଷ ମଧ୍ୟ ବହୁତ ଅଧିକ l
ଆନ୍ତର୍ଜାତୀୟ ପତ୍ରିକା ଫୋବସ ( fobes) ତାର ପତ୍ରିକାରେ ହୁଂଜ଼ାକୁ ଏକ ଅତ୍ୟନ୍ତ ଥଣ୍ଡା ( coolest) ପ୍ଲେସ( place) ବୋଲି ଛାପିଥିଲେ l ସେଠାକାର ଲୋକଙ୍କ ହାରାହାରି ବୟସ ସୀମା ହେଉଛି ଶହେ ବର୍ଷ l
 ସେଠାରେ ଲୋକମାନେ ଜୀବନ ଧାରଣ ବହୁତ ଉନ୍ନତ l ସେଠାରେ 80 ବର୍ଷରେ ବି ମହିଳାମାନେ ଯୁବତୀ ଦିଶନ୍ତି l ସେଠାକାର ମହିଳାମାନଙ୍କର ଶାରୀରିକ କ୍ଷମତା ଏତେ ଅଧିକା ଯେ ମହିଳାମାନେ 65 ବର୍ଷ ବୟସରେ ସେମାନେ ସନ୍ତାନ ପ୍ରାପ୍ତି କରି ପାରନ୍ତି l
1984 ମସିହାରେ ବ୍ରିଟେନ ହୁଂଜ଼ାରେ ରହୁଥିବା ବ୍ୟକ୍ତିକୁ ଭିଶା( visa) ଦେବାକୁ ମନା କରି ଦେଇଥିଲା l ଏହାର କାରଣ ହେଉଛି ସେ 1832 ମସିହାରେ ଜନ୍ମ ଗ୍ରହଣ କରିଥିଲେ l
ତେବେ ଚାଲନ୍ତୁ ଜାଣିବା ଏତେ ସବୁ ରହସ୍ୟ ପଛରେ ସେଠିକାର ଲୋକଙ୍କର କେତେ ପରିଶ୍ରମ ରହିଛି l ନିତ୍ୟ ଯୁବା ରହିବା ପାଇଁ ତାଙ୍କୁ କେତେ ପରିଶ୍ରମ କରିବାକୁ ପଡେ l
ବୈଜ୍ଞାନିକ ତଥା ଡାକ୍ତର ଇଷ୍ଟୋ କୋସ୍ତlରନ ସେଠାକାର ଜଳକୁ ଗବେଷଣା କରି ପାଇଥିଲେ ଯେ ସେଠାକାର ଜଳରେ ରହିଛି ଅନେକ ଖଣିଜ ପଦାର୍ଥ ଏବଂ ଆଣ୍ଟି ଅକ୍ସିଡାଣ୍ଟ l
ସେଇ ଉପତ୍ୟାକାରେ ବହୁ ଥିବା ଜଳ ଗ୍ଲାସିଅର ରୁ ବହି ଯାଇଛି l ସେଇ ଜଳ ଗ୍ଲାସିଅରରୁ ବହୁଥିବା ଯୋଗୁ ଏଥିରେ ରହିଛି ବହୁତ ଉପକାରୀ ଗୁଣ l
ଯଦ୍ୱାର ସେଠିକାର ଲାକମାନେ ସେଇ ଜଳକୁ ବ୍ୟବହାର କରିବା ଦ୍ୱାରା ସବୁ ଦିନ ଯୁବା ରୁହନ୍ତି ଏବଂ ବୃଦ୍ଧା ବସ୍ଥା ତାଙ୍କୁ ସହଜରେ ସ୍ପର୍ଶ କରିନି l
ଲୋକମାନଙ୍କର ଜୀବନ ଧାରଣ ଅତି ସରଳ l ସେମାନେ ସକାଳ ପାଞ୍ଚଟା ରୁ ଉଠନ୍ତି ଏବଂ ବହୁତ ପରିଶ୍ରମ ମଧ୍ୟ କରନ୍ତି l ସେଠାକାର ଲୋକମାନେ ଖାଇବାରେ ଆଡ଼ କରନ୍ତି ଡ୍ରାଏ ଫ୍ରୁଟ୍ସ l
 ସେମାନେ ଡ୍ରାଏ ଫ୍ରୁଟ୍ସରୁ ବନେଇକି କିଛି ଖାଦ୍ୟ ଓ ପାନୀୟ ଖାଆନ୍ତି l ଦିନକୁ ଦୁଇ ଥର ସେମାନେ ଖାଦ୍ୟ ଗ୍ରହଣ କରନ୍ତି l ଅପରାହ୍ନରେ ଏବଂ ରାତିରେ ଦୁଇ ଥର ଖାଦ୍ୟ ଆହାରଣ କରନ୍ତି l
ଖାଦ୍ୟରେ ସେମାନେ ବାର୍ଲି, ମିଲେଟ, ଗହମ ଖାଆନ୍ତି ଏବଂ ଖାଇବାରେ ଆପ୍ରିକଟ ବି ଆଡ଼ କରନ୍ତି l କର୍କଟ ପରି ରୋଗ ନାଁ ସେଠାରେ ଲୋକମାନେ ଶୁଣିନାହାନ୍ତି l
ସେଠାରେ ଲୋକମାନଙ୍କୁ ପ୍ରାୟେ ବିଶେଷ କିଛି ରୋଗ ବି ହୁଏନା l ତେଣୁ ସେମାନେ ସଦା ସର୍ବଦା ଯୁବା ଦିଶନ୍ତି ଆଉ ବୃଦ୍ଧା ବସ୍ଥା ତାଙ୍କ ଶରୀରରେ କିଛି ଛାପ ହିଁ ଛାଡି ନଥାଏ l ଏଇ ଜଳବାୟୁରେ ଆକର୍ଷିତ ହୋଇ ଗ୍ରିକ ରାଜା ଏଠାକୁ ଆସିବାକୁ ଇଛା କରିଥିଲେ l