Movie prime

ନାସା ଦେଲା ବଡ ବୟାନ ଦେଖନ୍ତୁ ଏହି ଗ୍ରହର ପହଞ୍ଚି ପାରିବନି ମଣିଷ ଦେଖନ୍ତୁ ଏହି Special Report

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭାରତର ମୁନ୍ ମିଶନ ଚନ୍ଦ୍ରଯାନ ସଫଳତା ପରେ ଅନ୍ତରୀକ୍ଷ ଯାତ୍ରା ଏବେ ସହଜ ମନେ ହେଉଛି। ବିଜ୍ଞାନ ବଳରେ ଏବେ ଯେକୌଣସି ଗ୍ରହରେ ପାଦ ଥାପିବା ପାଇଁ ଭାରତ ସମେତ ଅନ୍ୟ ଦେଶ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
Special report
କିନ୍ତୁ ନାସାର ଏକ ବୟାନ ସମସ୍ତଙ୍କ ହୃଦୟକୁ ଭାଙ୍ଗି ଦେଇଛି। ନାସା କହିବା ଅନୁସାରେ ଅନ୍ତରୀକ୍ଷରେ ଏମିତି ଏକ ଗ୍ରହ ରହିଛି ଯେଉଁଠି ମଣିଷ କେବେ ହେଲେ ପହଞ୍ଚି ପାରିବନାହିଁ। 
ସୋସିଆଲ ମିଡିଆ ପ୍ଲାଟଫାର୍ମରେ ଏମିତି ଏକ ମେସେଜ ପୋଷ୍ଟ କରିଛି ଆମେରିକାର ସ୍ପେସ ଏଜେନ୍ସି ନାସା। ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିବା ପରେ ବର୍ତ୍ତମାନ ମଙ୍ଗଳ ଯାତ୍ରା ପାଇଁ ଉଦ୍ୟମ ଜାରି ରଖିଛନ୍ତି ପୃଥିବୀର ବଡ ବଡ ସ୍ପେସ ଏଜେନ୍ସି।
Special report
କିନ୍ତୁ ନାସା ଏକ୍ସରେ ଏକ ପୋଷ୍ଟ ଲେଖି ସମସ୍ତଙ୍କ ହୃଦୟକୁ ଭାଙ୍ଗି ଦେଇଛି। ନାସା କହିଛି କେହି ଅନ୍ତରୀକ୍ଷ ବୃହସ୍ପତି ଗ୍ରହକୁ ଯିବା ପାଇଁ ଚିନ୍ତା କରୁଛନ୍ତି ତେବେ ଏହା ଜାଣି ରଖିବା ଉଚିତ ଯେ ତାହା କେବେ ସମ୍ଭବ ହୋଇପାରିବ ନାହିଁ। 
ଆଉ ଏକ ମେସେଜରେ ନାସା ଲେଖିଥିଲେ ୨୦୨୪ରେ ହେବାକୁ ଥିବା ୟୁରୋପର ସ୍ଲିପର ମିଶନ ପାଇଁ ଆପଣ ନିଜ ନାଁ ପଠେଇ ପାରନ୍ତି। ବୃହସ୍ପତି ଗ୍ରହର ଏହି ଚନ୍ଦ୍ରମା ପୃଷ୍ଠରୁ ପ୍ରାୟ ୨.୮ ଆରବ କିଲୋମିଟର ଦୂରରେ ଅବସ୍ଥିତ।
Special report
ସୌର ମଣ୍ଡଳରେ ସବୁଠାରୁ ବଡ ଗ୍ରହ ହେଉଛି ବୃହସ୍ପତି। ପୃଥିବୀ ଅନୁସାରେ ଏହା ପ୍ରାୟ ୧୧ ଗୁଣ ବଡ ହେବ ବୋଲି ଆକଳନ କରାଯାଉଛି। 
କିନ୍ତୁ ପୃଥିବୀରେ ଜୀବନଯାପନ ସମ୍ଭବ ହୋଇପାରୁଥିବା ବେଳେ ବୃହସ୍ପତିରେ ଏହା ସମ୍ଭବ ହୋଇପାରୁନାହିଁ। ଏହି ଗ୍ରହ ଏକ ଗ୍ୟାସ ଗୋଲା ଭଳି ହୋଇଥାଏ। ତେଣୁ ଏଠାରେ କୌଣସି ପ୍ରକାର ମାଟି ବା ଚଟାଣ ମଧ୍ୟ ନାହିଁ।
ତେଣୁ କୌଣସି ସ୍ପେସକ୍ରାପ୍ ଏହି ଗ୍ରହକୁ ପଠା ଗଲେ ସେଠାରେ ଲ୍ୟାଣ୍ଡିଙ୍ଗ କରିବା ପାଇଁ ମଧ୍ୟ ସମତଳ ସ୍ଥାନ ମିଳିପାରେ ନାହିଁ। ସେଥିପାଇଁ ବୃହସ୍ପତିକୁ ଯିବା ପାଇଁ ସମ୍ଭବ ନୁହେଁ ବୋଲି ବୟାନ ଦେଇଛି ନାସା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.