Movie prime

କେତେ % ମୋବାଇଲ ଚାର୍ଜ ହେଲେ ଠିକ୍ ଆଜି ଜାଣି ନିଅନ୍ତୁ କେମିତି କରିବେ ସଠିକ୍ ଭାବେ ମୋବାଇଲ ଚାର୍ଜ

 
Special Report
ନମସ୍କାର ପାଠକ ବନ୍ଧୁ l ଆଜିକା ଯୁଗରେ ସମସ୍ତଙ୍କ ହାତରେ ରହିଛି ସ୍ମାର୍ଟ ଫୋନ l ଆବାଳ ବୃଦ୍ଧ ବନିତା ଙ୍କ ହାତରେ ଫୋନ କହିଲେ କିଛି ଭୁଲ ମଧ୍ୟ ହେବ ନାହିଁ l
ଆଜି କାଲି ଫୋନ କୁ ଛାଡିଲେ କେହି ପ୍ରାୟ ରହି ପାରିବେ ନାହିଁ l ଫୋନ କୁ ବ୍ୟବହାର କଲାବେଳେ ରହିଛି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯାହାକୁ ଜାଣିଲେ ହୋଇଯିବ ଆପଣଙ୍କ ଫୋନ ଦୀର୍ଘାୟୁ l
କଣ ଆପଣ ମାନେ ଠିକ ତରିକାରେ କରୁଛନ୍ତି ଆପଣଙ୍କ ଫୋନକୁ ଚାର୍ଜ??? ଯଦି ଆପଣ ମାନେ କରୁଥିବେ ଠିକ ତରିକାରେ ଚାର୍ଜ ତେବେ ଆପଣଙ୍କ ଫୋନ ବହୁତ ଦିନ ଯାଏ ଭଲ ଅବସ୍ଥାରେ ରହିବ l
 କିନ୍ତୁ ନବେ ପ୍ରତିଶତ ଲୋକେ କରିଥାନ୍ତି ଭୁଲ ଉପାୟରେ ଚାର୍ଜ l ଚାଲନ୍ତୁ ଜାଣିବା କେମିତି ଫୋନ କୁ ଚାର୍ଜ କଲେ ଫୋନଟି ବହୁତ ଦିନ ପର୍ଯ୍ୟନ୍ତ ଭଲ ରହିବ ଏବଂ ହେବନି କୌଣସି ଯାନ୍ତ୍ରିକ ତ୍ରୁଟି l ଫୋନର ବ୍ୟାଟେରୀ ର ଜୀବନ ବହୁତ ଦିନ ବଢ଼ିଯିବ l
କେହି କେହି ବ୍ୟାଟେରୀଟି ଫୁଲ ହେବା ପର୍ଯ୍ୟନ୍ତ କରିଥାନ୍ତି ଚାର୍ଜ!!! ଆଉ କେହି କେହି ରାତି ସାରା ଚାର୍ଜ ବସେଇ ଶୋଇ ପଡିଥାନ୍ତି l କିଏ କିଏ ବ୍ୟାଟେରୀ ଜ଼ୀରୋ ନହେବା ଯାଏଁ ଚାର୍ଜ କରନ୍ତିନି ଏବଂ
ଆଉ କେହି କେହି 5 କିଛି 10 % ଚାର୍ଜ କମୁ କମୁ କରିଥାନ୍ତି ଚାର୍ଜ l ତ କଣ କଲେ ଆପଣଙ୍କ ଫୋନ ର ବ୍ୟାଟେରୀ ବହୁ ଦିନ ଯାଏ ଭଲ ରହିବ ଜାଣି ରଖନ୍ତୁ ଆଜ୍ଞା l
ସର୍ବଦା ଫୋନ କୁ 40% ରୁ 80 % ଯାଏ ଚାର୍ଜ କରିବା ଆବଶ୍ୟକ l କାରଣ ଏପରି କଲେ ବହୁତ ପର୍ଯ୍ୟନ୍ତ ବ୍ୟାଟେରୀ ହୋଇ ନଥାଏ ଖରାପ lକେବେ ହେଲେ 100% ଚାର୍ଜ କରନ୍ତୁ ନାହିଁ l
 ଏହା କଲେ ମଧ୍ୟ ବ୍ୟାଟେରୀ ଖରାପ ହୋଇଥାଏ l କେବେ ବି ମାତ୍ର 5 କି 10 % ଚାର୍ଜ କମିଲେ ପୁଣି ଥରେ ଚାର୍ଜ କରନ୍ତୁ ନାହିଁ l ଏପରି କଲେ ବି ଫୋନ କୁ କ୍ଷତି ହୋଇଥାଏ l
ତେବେ କେତେବେଳେ କରିବେ ଆପଣ ଫୋନ କୁ ଚାର୍ଜ???? ଫୋନ ର ବ୍ୟାଟେରୀ 30% ରୁ 40% କୁ କମି ଆସିଲେ କରିବେ ଆପଣ ଫୋନ କୁ ଚାର୍ଜ l ଆଉ କେବେ ହେଲେ ଫୋନ କୁ 0% କରନ୍ତୁ ନାହିଁ l
ଏପରି କରୁଥିଲେ ହେଇଯିବ ଆପଣଙ୍କ ଫୋନ ଡ୍ୟାମେଜ l କାରଣ ଫୋନ ର ବ୍ୟାଟେରୀ ଲିଥିୟମ ଆୟନ ରେ ତିଆରି ହୋଇଥାଏ ଆଉ ଏପରି କରୁଥିଲେ ବ୍ୟାଟେରୀ ଖୁଵ କମ ଦିନ ଯାଇଥାଏ ଆଉ ଫୋନ ଟି ଖୁଵ ଶୀଘ୍ର ଖରାପ ହୋଇଯାଏ l
ଆଉ ଫୋନ କୁ ସବୁ ବେଳେ ଏକ ଷ୍ଟାଣ୍ଡରେ ରଖି ଚାର୍ଜ କରନ୍ତୁ l ସିଧା ରଖି ଫୋନ କୁ ଚାର୍ଜ କଲେ ଫୋନଟିର ବ୍ୟାଟେରୀ ଦୀର୍ଘାୟୁ ହୋଇଥାଏ l ଯେଉଁ ମାନେ ଏହିପରି ଭାବରେ ଠିକ ତରିକାରେ ଫୋନ କୁ ଚାର୍ଜ କରୁଥିବେ ସେମାନଙ୍କର ଫୋନ ଜଲ୍ଦି ଖରାପ ମଧ୍ୟ ହେବନି l