Movie prime

ରାତି ହେଲେ ଶୁଭୁଚି ଭୟଙ୍କର ଚିତ୍କାର ଦେଖନ୍ତୁ କେଉଁଠି ଏହି ରହସ୍ୟମୟ ସ୍ଥାନ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେରିକାର ପେନସିଲଭାନିଆ ଫିଲାଡେଲଫିଆ ସହରରେ ଏହି ଜେଲ ୧୮୨୯ ରେ ଖୋଲା ଯାଇଥିଲା ଏବଂ ୧୯୭୧ ମସିହା ପର୍ଯ୍ୟନ୍ତ ଏହା ଚାଲୁ ରହିଥିଲା।
Special report
ଏହି ଜେଲରେ ରହୁଥିବା କୁଖାତ୍ୟ ଅପରାଧୀଙ୍କ ପାଇଁ ଏହା ପ୍ରସିଦ୍ଧ ଥିଲା। ଏଠାରେ ତାଙ୍କୁ କଡ଼ାରୁ କଡ଼ା ଦଣ୍ଡ ଦିଆଯାଉଥିଲା। ଆରମ୍ଭ ସମୟରେ ମାତ୍ର ୨୫୦ ଜଣ କଏଦୀଙ୍କ ପାଇଁ ଏହା ନିର୍ମାଣ କରାଯାଇଥିଲା। କିନ୍ତୁ ପାଞ୍ଚ ଦଶନ୍ଧି ମଧ୍ୟରେ ଏହି ସଂଖ୍ୟା ୧୦୦୦ରୁ ଅଧିକ ବୃଦ୍ଧି ପାଇଥିଲା। 
ଏହି ଜେଲ ବନ୍ଦୀମାନଙ୍କ ପାଇଁ ନର୍କଠାରୁ କମ୍ ନଥିଲା ବୋଲି କୁହାଯାଏ। ଦୁଇ ଜଣ କଏଦୀଙ୍କୁ ଏକ ଛୋଟ କୋଠରୀରେ ରଖାଯାଉଥିଲା। ୧୯୦୦ ଦଶକ ଆରମ୍ଭରେ ଏହି ଜେଲରେ ଟି-ବି ବା ଯ-କ୍ଷ୍ମା ଭଳି ସଂ-କ୍ରା-ମ-କ ରୋଗ ବଢ଼ିଯିବାରୁ ବହୁ କଏଦୀଙ୍କ ମୃ-ତ୍ୟୁ ହୋଇଥିଲା।
ଶୀତଦିନେ ତାପମାତ୍ରା ମାଇନସ ଡିଗ୍ରୀରେ ପହଞ୍ଚି ଯାଉଥିଲା ଏବଂ ଏହି କାରଣରୁ ରକ୍ତ ଜମାଟ ବାନ୍ଧିବା ଭଳି ପରିସ୍ଥିତି ସୃଷ୍ଟି ହେଉଥିଲା। ଏହି କାରଣରୁ ଜେଲ ଅଧିକାରୀ ଅଧିକ କୋଠରୀ ନିର୍ମାଣ କରିବାକୁ ବାଧ୍ୟ ହୋଇଥିଲେ। 
Special report
ପରେ ଅନେକ ଅଣ୍ଡରଗ୍ରାଉଣ୍ଡ କୋଠରି ତିଆରି କରାଯାଇଥିଲା। ଇଷ୍ଟର୍ଣ୍ଣ ଷ୍ଟେଟ ପେନିଟେଣ୍ଟ୍ରିିରେ ୧୯୬୧ ମସିହାରେ ଏକ ଆଶ୍ଚର୍ଯ୍ୟ ଘଟଣା ଘଟିଥିବା କୁହାଯାଏ। ପାଖାପାଖି ୮୦୦ ରୁ ଅଧିକ କଏଦୀଙ୍କୁ ନି-ର୍ଯା-ତ-ନା ଦେଉଥିବାର ଅଭିଯୋଗ କରି କଏଦିମାନେ ଗାର୍ଡମାନଙ୍କ ଉପରେ ଆ-କ୍ର-ମ-ଣ କରିଥିଲେ।
ବହୁ ସଂଖ୍ୟକ କଏଦୀଙ୍କ ମଧ୍ୟରେ କିଛି କୁଖ୍ୟାତ ଅପରାଧୀ ମଧ୍ୟ ସାମିଲ ଥିଲେ, ସେମାନଙ୍କ ମଧ୍ୟରେ ଚିକାଗୋ ଗ୍ୟାଙ୍ଗଷ୍ଟର ଅଲ କ୍ୟାପୋନ ଅନ୍ୟତମ। 
ସେ ଏହି ଜେଲରେ ଏକ ବର୍ଷରୁ କମ୍ ସମୟ ବିତାଇଥିଲା। ଇଷ୍ଟର୍ନ ଷ୍ଟେଟ୍ ୧୯୭୧ ବନ୍ଦ ହୋଇଯାଇଥିଲା ଏବଂ ପ୍ରାୟ ୨୦ ବର୍ଷ ପର୍ଯ୍ୟନ୍ତ ଖାଲି ରହିଥିଲା। ପରେ ଏହା ଭୁଶୁଡ଼ି ପଡ଼ିଥିଲା।
କିନ୍ତୁ ୧୯୯୪ରେ ଇତିହାସ ପର୍ଯ୍ୟଟନ ପାଇଁ ଏହି ଜେଲକୁ ଜନସାଧାରଣଙ୍କ ପାଇଁ ପୁଣି ଥରେ ଖୋଲାଯାଇଥିଲା। ବର୍ତ୍ତମାନ ଆମରିକାର ବିଭିନ୍ନ ଭୂତକୋଠି ମଧ୍ୟରୁ ଏହି ଜେଲ ଏକ ଭୟଙ୍କର ଭୂତକୋଠି ଭାବେ ଜଣା ଯାଉଛି।