Movie prime

ଜୀବନର ଏହି ସମସ୍ତ ସମୟରେ ଦୟାକରି ଚୁପ୍ ରହୁନ୍ତୁ ନହେଲେ ପରେ ବହୁତ୍ ହଇରାଣ ହେବେ ଶୀଘ୍ର ଦେଖନ୍ତୁ କେଉଁ କେଉଁ ସ୍ଥାନରେ ରହିବେ ଚୁପ୍

 
Swami Vivekananda
ଆପଣମାନେ ଜାଣିଥିବେ ଯେ କୁହାଯାଏ ଯେ ଜ୍ଞାନୀ ଲୋକର କଥା କମ୍,ସୁସ୍ଥ ଲୋକର ଖାଇବା କମ।ତେଣୁ କମ୍ ଶବ୍ଦ ଟି କୁ ଭଲ ଭାବରେ ଜାଣିବାକୁ ପଡ଼ିବ।କଥା ଯେତେ କମ କହିବେ,ବିପଦରୁ ସେତେ ସୁରକ୍ଷିତ ରହିପାରିବେ।
ନହେଲେ ଆପଣ ଦୋଷୀ ର କାଠଗଡା ରେ ଠିଆ ହେବାକୁ ବେଶୀ ସମୟ ଲାଗିବ ନାହିଁ। ତେଣୁ ୭ ଟି ଜାଗାରେ ଚୁପ୍ ରହିବା ନିହାତି ଆବଶ୍ୟକ।
(୧) ପ୍ରଚଣ୍ଡ ରାଗ ବେଳେ :- ବେଳେ ବେଳେ ଏମିତି ପରିସ୍ଥିତି ଆସେ ସାମ୍ନାରେ ଥିବା ଲୋକ ଉପରେ ଭୀଷଣ ରାଗ ଆସିଥାଏ।କିଛି ନା କିଛି କରିବାକୁ ଇଚ୍ଛା ହୋଇଥାଏ।କିନ୍ତୁ ସେତେବେଳେ ଆପଣ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।ଏବଂ ଚୁପ୍ ରୁହନ୍ତୁ। ଏହା ହିଁ ବୁଦ୍ଧି ମାନ ର କାମ।
Swami
 
(୨) ଖୁସି ଓ ଆନନ୍ଦରେ ସମୟରେ :- ଏହି ସମୟରେ ମଣିଷ ମନ ଶିଶୁ ପରି ହୋଇଯାଇଥାଏ।ମଣିଷ ଯାହା କରେ,ଯାହା କହେ,କଳ୍ପନା କରାଯାଇ ପାରେନାହିଁ।ଆନନ୍ଦରେ ଆତ୍ମହରା ହୋଇ କାହାକୁ ପ୍ରତିଶ୍ରୁତି ଦିଅନ୍ତୁ ନାହିଁ।ଏମିତି କଥା କୁହନ୍ତୁ ନାହିଁ,ଯେଉଁ କଥା ଆପଣଙ୍କୁ ଭବିଷ୍ୟତ ରେ ହିନସ୍ଥା କରିପାରେ।
(୩)ଯୁକ୍ତି ହେଉଥିବା ବେଳେ :- ଅନେକ ତର୍କ, ବିତର୍କ ସମାଲୋଚନା ପରଚର୍ଚା କରିବାକୁ ଭଲ ପାଆନ୍ତି।ଆପଣଙ୍କ ପ୍ରତିଭା ସମ୍ପର୍କ ରେ କୁହନ୍ତୁ ନାହିଁ।କାରଣ ଏଭଳି ଜାଗାରେ ଆପଣଙ୍କର ପ୍ରତିଭା କୁ ହୁଏତ କେହି କଦର କରିବେ ନାହିଁ।
ବିତର୍କ ବେଳେ ନିଜକୁ ଶ୍ରେଷ୍ଠ ପ୍ରମାଣିତ କରିବାକୁ ଚେଷ୍ଟା କରନ୍ତୁ ନାହିଁ।ବିତର୍କ ରେ ଭାଗ ନେବା ହିଁ ବୁଦ୍ଧିମାନ ର କାମ।ତେଣୁ ତର୍କ ରେ ଯୋଗଦାନ କରନ୍ତୁ ନାହିଁ।
(୪)ଯେତେବେଳେ ଆପଣଙ୍କର ହୋଇ କେହି କିଛି କୁହେ :- ବେଳେବେଳେ ଏପରି ହୁଏ ଆପଣ କିଛି ଦୋଷ କରି ନଥାନ୍ତି,କିନ୍ତୁ ଆପଣଙ୍କୁ ଦୋଷ ଦିଆଯାଏ।ସେତେବେଳେ କେହି ଆପଣଙ୍କର ହୋଇ କୁହେ ତୁମେ ଦୋଷୀ ନୁହେଁ ନିର୍ଦ୍ଦୋଷ ସେତେବେଳେ ଚୁପ୍ ରୁହନ୍ତୁ।
Vivekananda
(୫)ପ୍ରଶଂସା ସମୟରେ :- ପ୍ରଶଂସା ପାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ।କେହି ଯଦି ଆପଣଙ୍କୁ ପ୍ରଶଂସା କରୁଛନ୍ତି ତେବେ ଚୁପ୍ ରୁହନ୍ତୁ।
(୬) କୌଣସି ବିଷୟରେ ଯଥେଷ୍ଟ ଜ୍ଞାନ ନଥିଲେ :- ଯଦି କେହି କିଛି ଭୁଲ କହୁଛି ବୋଲି ମନେ ହେଉଛି ତେବେ ସେ ସମ୍ପର୍କ ରେ ଯଦି ଯଥେଷ୍ଟ ଜ୍ଞାନ ନାହିଁ ତାହେଲେ ଚୁପ୍ ରୁହନ୍ତୁ।
(୭)ନିଜ ସମାଲୋଚନା ରେ :- ସମସ୍ତଙ୍କୁ ସମାଲୋଚନା ର ଶିକାର ହେବାକୁ ପଡ଼ିଥାଏ।ଲୋକେ ପଛରେ ହିଁ ସମାଲୋଚନା କରିଥାନ୍ତି।ତେଣୁ ସେମାନଙ୍କୁ ପଛରେ ରହିବାକୁ ଦିଅନ୍ତୁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.