Movie prime

ଏମିତି ଏକ ଗାଁ ଯେଉଁଠି ଗାଡ଼ି ନୁହେଁ କେବଳ ଡଙ୍ଗା କିଣନ୍ତି ଲୋକେ ଜାଣନ୍ତୁ କାହିଁକି

 
Viral news
ଏପରି ଏକ ଗ୍ରାମ ରହିଛି ଯେଉଁଠି ପକ୍କା ରାସ୍ତା ନାହିଁ।ଗୋଟିଏ ଘର ଅନ୍ୟ ଏକ ଘର ସହିତ ଜଳପଥ ରେ ସଂଯୁକ୍ତ ହୋଇଛି। ବାହାରକୁ ଯିବା ପାଇଁ ସେଠାରେ ବସବାସ କରୁଥିବା ଲୋକମାନେ ଡଙ୍ଗା ସାହାର୍ଯ୍ୟ ରେ ଯାଇଥାନ୍ତି।
ବର୍ତମାନ ସମୟରେ ସମସ୍ତଙ୍କ ଘରେ ବାଇକ୍,ସ୍କୁଟର,କାର, ସାଇକେଲ ନିଶ୍ଚୟ ଥିବ।ଯଦି କାହା ପାଖରେ ଗାଡ଼ି ଟି ଏ ନାହିଁ ସେ ଗୋଟେ ଗାଡ଼ି କିଣିବା ପାଇଁ ଇଚ୍ଛା କରିବେ।
କାରଣ ଗାଡ଼ି ପାଖରେ ରହିଲେ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନ କୁ ଯାଇ ପାରିବେ।କିନ୍ତୁ ପାଖରେ ଗାଡି ଥିବ ହେଲେ ପକ୍କା ରାସ୍ତା ନଥିବ ସେଠାରେ ଗାଡ଼ି ରହିବା କିଛି ଲାଭ ନାହିଁ।
ଏମିତି ଏକ ଗ୍ରାମ ରହିଛି ଯେଉଁଠି ଲୋକମାନେ ଗାଡ଼ି ନୁହେଁ ଡଙ୍ଗା କିଣିଥାନ୍ତି।କାରଣ ସେଠାରେ ଗାଡ଼ି ଚଳାଇବା ପାଇଁ ପକ୍କା ରାସ୍ତା ନାହିଁ।ଏହି ଗ୍ରାମର ପ୍ରତ୍ୟେକ ଘର ଜଳପଥ ଦ୍ଵାରା ପରସ୍ପର ସହିତ ସଂଯୁକ୍ତ।
ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନ କୁ ଯିବାପାଇଁ ଡଙ୍ଗା ବ୍ୟବହାର କରିଥାନ୍ତି।ଏହି ଗ୍ରାମର ପ୍ରତ୍ୟେକ ଘରେ ଗୋଟିଏ ଗୋଟିଏ ଡଙ୍ଗା ରହିଛି।ଏହି ଗ୍ରାମଟି ନେଦର ଲ୍ୟାଣ୍ଡ ରେ ରହିଛି।
ଗ୍ରାମଟି ର ନାମ ହେଉଛି ଗିଥୋର୍ନ।ଏହି ଗ୍ରାମର ନାମ ଲୋକ ମାନଙ୍କ ମନରେ ଏକ ଭିନ୍ନ ଚିତ୍ର ସୃଷ୍ଟି କରିଥାଏ।ଗିଥୋର୍ନ ଗାଁ ମାନେ ସମସ୍ତେ ଜାଣିଥାନ୍ତି ଏଠାରେ ରହିଛି ଛୋଟ ଘର ଏବଂ ସଂକୀର୍ଣ୍ଣ ରାସ୍ତା ରହିଛି।
ଚାରିଆଡ଼େ ସବୁଜତା ଏବଂ ଏଠାରେ ସମସ୍ତଙ୍କ ବୃତ୍ତି ପଶୁ ପାଳନ ହୋଇଥିବା ବେଳେ ସମସ୍ତଙ୍କର କୃଷି କାର୍ଯ୍ୟ ରହିଛି ଆଜିକାଲି ଗ୍ରାମ ଓ ସହର ଗୁଡ଼ିକ ପରସ୍ପର ସଡ଼କ ଦ୍ଵାରା ସଂଯୁକ୍ତାକିନ୍ତୁ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।
ଯେ ଏହା ଦୁନିଆର ଏପରି ଏକ ଗ୍ରାମ ଯେଉଁଠି ଆଜି ମଧ୍ୟ ରାସ୍ତା ନାହିଁ।ଏହି ଗ୍ରାମରେ କେହି କାର କିମ୍ବା ବାଇକ୍ କିଣନ୍ତି ନାହିଁ।ସମସ୍ତେ ଡଙ୍ଗା ହିଁ କିଣିଥାନ୍ତି।ଏହି ଗ୍ରାମରେ ପହଞ୍ଚିବାର ଏକମାତ୍ର ଉପାୟ ହେଉଛି ଜଳପଥ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.