Movie prime

ମୁଖ୍ୟମନ୍ତ୍ରୀଙ୍କ ସହ ଅଚାନକ ହେଲା ଏମିତି ଘଟଣା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

 
5gt
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏକ ନିଶ୍ଚିତ ଟ୍ରେନ୍ ଦୁ-ର୍ଘ-ଟ-ଣାରୁ ଅଳ୍ପକେ ବର୍ତ୍ତିଲେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ। ବନ୍ୟାଞ୍ଚଳ ପରିଦର୍ଶନ ବେଳେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଆନ୍ଧ୍ର ପ୍ରଦେଶ ବିଜୟୱାଡାରେ ଏହି ଘଟଣା ଘଟିଛି। ରେଲ୍ ବ୍ରିଜ୍ ଉପରେ ରହି ବନ୍ୟା ସ୍ଥିତିର ସମୀକ୍ଷା ଓ ଆଲୋଚନା କରୁଥିଲେ ନାଇଡୁ, ଆଉ ଠିକ୍ ଏହି ସମୟରେ ସେହି ରେଳ ଧାରଣାରେ ଏକ ଯାତ୍ରୀବାହୀ ଟ୍ରେନ୍ ଆସି ଯାଇଥିଲା। ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀ ଓ ବରିଷ୍ଠ ଅଧିକାରୀ କିଛି ବୁଝିବା ଆଗରୁ ଟ୍ରେନ୍ ଆଗକୁ ମାଡ଼ି ଚାଲିଥିଲା। ଏବଂ ରେଳ ଧାରଣାର ମାତ୍ର ଅଳ୍ପ ଦୂରରେ ମୁଖ୍ୟମନ୍ତ୍ରୀ ଫସି ଯାଇଥିଲେ। 
Ff
ଏହି ଘଟଣାରେ କେହି ମଧ୍ୟ ଆ-ହ-ତ ହୋଇନାହାନ୍ତି କିନ୍ତୁ ରେଳ ଧାରଣାରେ ଛିଡ଼ା ହୋଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବେଳେ କିଭଳି ଟ୍ରେନ୍ ଆସିଲା, ପୂର୍ବରୁ ରେଳ ବିଭାଗ ପାଖରେ ଏ ସୂଚନା ଥିଲା କି ନାହିଁ ତାକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ରେଳକୁ ଆଗକୁ ନ ବଢ଼ିବା ପାଇଁ ରେଡ୍ ଫ୍ଲାଗ କିଭଳି ଦେଖାଗଲା ନାହିଁ ତାକୁ ନେଇ ମଧ୍ୟ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ଏତେ ବଡ଼ ତ୍ରୁଟି କେମିତି ହେଲା ତାକୁ ନେଇ ବଡ଼ ପ୍ରଶ୍ନବାଚି ସୃଷ୍ଟି ହେବା ସ୍ୱାଭାବିକ। 
Gg
ସେପଟେ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ଜରୁରୀ ଅବତରଣ କରିଛି।ଯାନ୍ତ୍ରିକ ତ୍ରୁଟି ଯୋଗୁ ହେଲିକପ୍ଟର ଜରୁରୀ ଅବତରଣ କରିଥିବା ସୂଚନା ମିଳିଛି। ରିଲିଫ କାର୍ଯ୍ୟରେ ଯାଇଥିବା ବାୟୁସେନା ହେଲିକପ୍ଟର ଜରୁରୀ ଅବତରଣ କରିଛି। ଗତ ୪ ଦିନଧରି ଆନ୍ଧ୍ରପ୍ରଦେଶର ବିଜୟୱାଡା ଓ ଏହାର ନିକଟ ଅଞ୍ଚଳରେ ବନ୍ୟା ସମୟରେ ରିଲିଫ ସାମଗ୍ରୀ ସହ ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଥିଲା ଏହି ହେଲିକପ୍ଟର। 
ଭାରତୀୟ ବାୟୁସେନାର ଏହି ହେଲିକପ୍ଟର ନାଲଗୋଣ୍ଡା ଜିଲ୍ଲାର ଚୈତାଲା ସହର ଉପକଣ୍ଠରେ ଥିବା ଏକ ଚାଷ ଜମିରେ ଜରୁରୀକାଳୀନ ଅବତରଣ କରିଛି। ତିନିଜଣ ଅଧିକାରୀଙ୍କୁ ନେଇ ହେଲିକପ୍ଟର ବିଜୟୱାଡା ଠାରୁ ହାଇଦ୍ରାବାଦର ହାକିମପେଟ ବାୟୁସେନା ଷ୍ଟେସନ ଯାଉଥିଲା। ତେବେ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିବା ସୂଚନା ମିଳିଛି। ସୂଚନା ମିଳିବା ପରେ ଅନ୍ୟ ଏକ ହେଲିକପ୍ଟରେ ବୈଷୟିକ ଟିମ ପହଞ୍ଚି ଯାଞ୍ଚ କରୁଥିବା ସୂଚନା ମିଳିଛି ।U

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.