Movie prime

ଭାରତରେ ଧରା ପଡ଼ିଲେ ୪ ଜଣ ଆତଙ୍କବାଦୀ ଦେଖନ୍ତୁ କଣ ଥିଲା ମୂଳଲକ୍ଷ୍ୟ ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଅହମ୍ମଦାବାଦ ବିମାନବନ୍ଦରରୁ ୪ଜଣ ଇସଲାମିକ୍ ଷ୍ଟେଟ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଆତଙ୍କବାଦୀମାନେ ଶ୍ରୀଲଙ୍କାର ନାଗରିକ ବୋଲି ଅନୁମାନ କରାଯାଉଛି।
ଏପର୍ଯ୍ୟନ୍ତ ସେମାନଙ୍କର ପରିଚୟ ପ୍ରଦାନ କରାଯାଇନାହିଁ। ସୂଚନା ମୁତାବକ ଏହି ୪ ଜଣ ଆତଙ୍କବାଦୀ ଇସଲାମିକ୍ ଷ୍ଟେଟ୍ ସହ ଜଡିତ ବୋଲି କୁହାଯାଉଛି। କେବଳ ସେତିକି ନୁହେଁ ଏହି ଆତଙ୍କବାଦୀଙ୍କ କନେକସନ ଶ୍ରୀଲଙ୍କା ସହ ଜଡିତ ବୋଲି ମଧ୍ୟ କୁହାଯାଇଛି। 
Gg
ଏହି ୪ ଜଣ ଆତଙ୍କବାଦୀ ଅହମ୍ମଦାବାଦ ଆସୁଥିବାର ସୂଚନା ମିଳିଥିଲା। କେନ୍ଦ୍ରୀୟ ଏଜେନ୍ସି ଗୁଜରାଟ ଏଟିଏସ ସହ ଯୋଗା ଯୋଗ କରି ସେମାନଙ୍କୁ ଅହମ୍ମଦାବାଦ ବିମାନ ବନ୍ଦରରୁ ଗିରଫ କରାଯାଇଛି।
ମେ ୧୨ ତାରିଖରେ ଅହମ୍ମଦାବାଦ ବିମାନବନ୍ଦରକୁ ବୋମା ଧମକ ଇମେଲ୍‌ ଜରିଆରେ ମିଳିଥିଲା। ଯାହାକି ସୁରକ୍ଷା କର୍ମୀମାନେ ବିମାନବନ୍ଦର ପରିସରରେ ଖୋଜାଖୋଜି କରିବା ପରେ ଏକ ମିଥ୍ୟା ପ୍ରମାଣିତ ହୋଇଥିଲା। 
କିନ୍ତୁ କିଛି ସନ୍ଦେହଜନକ ମିଳି ନଥିଲା।ଅପରାହ୍ନରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରର ଅଫିସିଆଲ୍‌ ଇମେଲ୍‌ ଆଇଡିରେ ଜଣେ ଅଜ୍ଞାତ ବ୍ୟକ୍ତି ଏହି ଧମକପୂର୍ଣ୍ଣ ଇମେଲ୍‌ ପଠାଇବା ପରେ ବିମାନବନ୍ଦରର ସୁରକ୍ଷା
Vv
କର୍ମୀମାନେ ସମଗ୍ର ବିମାନବନ୍ଦରକୁ ଯାଞ୍ଚ କରିଥିଲେ ବୋଲି ପୁଲିସ କମିଶନର ଜିଏସ୍‌ ମଲ୍ଲିକ କହିଛନ୍ତି। ତେବେ, ଏହି ଘଟଣାର କିଛିଦିନ ପରେ ପରେ ୪ ଜଣ ସନ୍ଦିଗ୍ଧ ଆଇଏସ୍‌ ଆଇଏସ୍‌ ଆତଙ୍କବାଦୀଙ୍କୁ ଅହମ୍ମଦାବାଦ ବିମାନବନ୍ଦରରୁ ଗିରଫ କରାଯାଇଛି। 
ଗୁଜରାଟ ଆଣ୍ଟି ଟେରର ସ୍କ୍ୱାଡ୍‌ ବିମାନବନ୍ଦରରେ ଏହି ଆତଙ୍କବାଦୀମାନେ ନିଜ ହେଣ୍ଡଲରକୁ ଅପେକ୍ଷା କରିଥିବା ବେଳେ ସେମାନଙ୍କୁ ଗିରଫ କରିଛି। ଆତଙ୍କବାଦୀଙ୍କ ଠାରୁ ଯେଉଁ ଟିକେଟ ମିଳିଛି ସେଥିରୁ ସ୍ପଷ୍ଟ ହୋଇଛି କି,
ସେମାନେ ପ୍ରଥମେ ଚେନ୍ନାଇ ଆସିଥିଲେ। ଇସଲାମିକ୍ ଷ୍ଟେଟର ଏହି ୪ ଜଣ ଆତଙ୍କବାଦୀ କଲମ୍ବୋରୁ ପ୍ରଥମେ ତାମିଲନାଡୁ, ପୁଣି ତାମିଲନାଡୁର ଅହମ୍ମଦାବାଦ ଆସିଥିଲେ।