Movie prime

କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଅଟକାଇଲେ ଏହି ମହିଳା ଜଣଙ୍କ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କାରକେଡ ଆଗରେ ମହିଳା କଲେ ହାଇଡ୍ରାମା କୁ ଅଟକାଇଦେଲେ। ବିଚ୍‌ ରାସ୍ତାରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ଭିତରକୁ ପଶିଆସିଲେ ମହିଳା। ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରର ରସୁଲଗଡ ଛକରେ। ମହିଳା ଜଣକ ଆସି ମୁଖ୍ୟମନ୍ତ୍ରୀଙ୍କ କାର ସାମ୍ନାରେ ଠିଆ ହୋଇ ରହିବାରୁ କିଛି ସମୟ ପାଇଁ କାରକେଡ ଅଟକି ରହିଥିଲା। 
Hh
ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମହିଳାଙ୍କୁ କାବୁ କରିଥିଲେ। ତେବେ ମହିଳାଙ୍କ ହାଇଡ୍ରାମା ପାଇଁ କିଛି ସମୟ ଅଟକି ରହିଲା କାର୍‌କେଡ୍‌ ଏହାପରେ ମହିଳା ଜଣକୁ ପୋଲିସ ଉଠାଇ ନେଲା ପରେ କାର୍‌କେଡ୍‌ ଗଲା। ତେବେ ହିଳା ଜଣକ କିଏ ଏବଂ କାହିଁକି ଅଟକାଇଲେ, ସ୍ପଷ୍ଟ ଜଣାପଡ଼ିନି। ସୁଚନା ଅନୁଯାୟୀ ଭିଏସ୍‌ଏସ୍‌ ନଗରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଥିଲା। ସେଠାରେ ଯୋଗଦେବାକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ। 
Vb
କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଫେରୁଥିବା ବେଳେ ରସୁଲଗଡ଼ ଓଭବ୍ରିଜ୍‌ ତଳେ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌କୁ ପଶି ଆସିଥିଲେ ଜଣେ ମହିଳା। ଓଭରବ୍ରିଜ୍‌ ତଳେ ମହିଳା ଜଣକ ପାଇଲଟିଂ କାର୍‌ ଆଗକୁ ପଳାଇ ଆସିଥିଲେ। ପୁଲିସ କର୍ମଚାରୀମାନେ ତାଙ୍କୁ ଅଟକାଇଥିଲେ। ହେଲେ ମହିଳା ଜଣକ ପୁଲିସ୍‌ କର୍ମଚାରୀଙ୍କ ସହିତ ଠେଲାପେଲା କରିଥିଲେ। ପରେ ପୁଲିସ୍‌ କର୍ମଚାରୀମାନେ ତାଙ୍କୁ କାବୁ କରିନେଇଥିଲେ। ହେଲେ ମହିଳାଙ୍କ ପରିଚୟ ମିଳିପାରି ନାହିଁ। 
ମହିଳା ଜଣକ କ’ଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌କୁ ଅଟକାଇବାକୁ ଚେଷ୍ଟା କରୁଥିଲେ,ତାହା ଜଣାପଡ଼ିନି। ଶୁଣିବାକୁ ମିଳୁଛି, ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପୁଲିସ୍‌ ଟ୍ରାଫିକ୍‌ ଅଟକାଇଥିଲା। ଯେଉଁଥିପାଇଁ ମହିଳା ଜଣକ ରାଗି ଯାଇଥିଲେ ଓ କାର୍‌କେଡ୍‌ ଆଗକୁ ଆସି ପ୍ରତିବାଦ କରିଥିଲେ। ଆଉ କ’ଣ ପାଇଁ ଟ୍ରାଫିକ୍‌ ଅଟକା ଯାଉଛି ବୋଲି ମହିଳା ଜଣକ ପୁଲିସ୍‌କୁ ପ୍ରଶ୍ନ କରିଥିବା ଚର୍ଚ୍ଚା ହେଉଛି। ତେବେ ବନ୍ଧୁଗଣ ଏନେଇ ପୁଲିସ୍‌ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.